ଭୁବନେଶ୍ୱର: ମହାନଦୀ ଟ୍ରିବ୍ୟୁନାଲ ପ୍ରସଙ୍ଗରେ ବିଜେଡିର ଅଭିଯୋଗ ଉପରେ କଡ଼ା ଜବାବ ରଖିଲା ବିଜେପି । ମହାନଦୀ ଜଳ ବିବାଦ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ ନକରି ବିଜେଡ଼ି ଟ୍ରିବ୍ୟୁନାଲକୁ ନେଇଥିଲା । କିନ୍ତୁ ଯେଉଁ ତଥ୍ୟ ଦେବା କଥା ବିଜେଡ଼ି ଟ୍ରିବ୍ୟୁନାଲକୁ ଦେଇନଥିଲା । କିନ୍ତୁ ବିଜେପି ସରକାରକୁ ଆସିବା ପରେ ସବୁ ତଥ୍ୟ ଟ୍ରିବ୍ୟୁନାଲକୁ ଦେଉଛି ।

​​​​​​​Also Read...ଦିଲ୍ଲୀରେ ଡେରା ପକାଇଛନ୍ତି ୬ କଂଗ୍ରେସ ବିଧାୟକ, ରାଜ୍ୟ ସଭାପତି ଓ ନେତା କହୁଛନ୍ତି ସେମିତି କିଛି ନୁହେଁ…

ଏହାସହ ଓଡ଼ିଶା ସପକ୍ଷରେ ରାୟ ଆସିବା ପାଇଁ ସରକାରଙ୍କ ପକ୍ଷରୁ ସବୁ ସହଯୋଗ କରାଯାଉଛି । ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ତତ୍କାଳୀନ ସରକାର ପାଖରେ ବିଜେପି ବାରମ୍ବାର ଦାବି ରଖିଥିଲା । ଲୋକସଭାରେ ତତ୍କାଳୀନ ଜଳ ସମ୍ପଦ ମନ୍ତ୍ରୀ ନୀତିନ ଗଡକରୀ ବିଜେଡ଼ିକୁ ଆଲୋଚନା ପାଇଁ ଆମନ୍ତ୍ରଣ କରିଥିଲେ । କିନ୍ତୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଆଲୋଚନା ସ୍ଥଳକୁ ଆସି ଅଳ୍ପ ସମୟରେ ଉଠି ଚାଲିଆସିଥିଲେ । କୌଣସି ସହଯୋଗ କଲେ ନାହିଁ ବୋଲି ବିଜେପି ସ୍ପଷ୍ଟ କରିଛି ।