ଆସିକା ୮।୧୦: ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ କରୁଛି କଂଗ୍ରେସ ନେତୃତ୍ବାଧୀନ ‘ଇଣ୍ଡିଆ ବ୍ଲକ୍’ । ଆନ୍ଦୋଳନକାରୀ ମାନେ ବିଭିନ୍ନ ସ୍ଥାନରେ ପିକେଟିଂ ଓ ଶୋଭାଯାତ୍ରା କରୁଛନ୍ତି । କଂଗ୍ରେସ ସହ ୯ଟି ଦଳ ଏଥିରେ ସାମିଲ ହୋଇଛନ୍ତି । ବନ୍ଦ ପ୍ରଭାବ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଦେଖିବାକୁ ମିଳିଛି । ଅନେକ ସ୍ଥାନରେ ଜାତୀୟ ରାଜପଥରେ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି ।

ସେହିଭଳି ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁରେ ଓଡ଼ିଶା ବନ୍ଦ ବେଳେ ବିଜେପି ଓ କଂଗ୍ରେସ ନେତା ମୁହାଁମୁହିଁ ହୋଇଛନ୍ତି । ‎‎ଇଣ୍ଡିଆ ବ୍ଲକ୍ ପକ୍ଷରୁ ଓଡ଼ିଶା ବନ୍ଦ ପାଳନ ବେଳେ ହିଞ୍ଜିଳିକାଟୁରେ ବିଜେପି ମଣ୍ଡଳ ସଭାପତି ଓ କଂଗ୍ରେସ ଉପ ସଭାପତିଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ମୁହାଁମୁହିଁ ପରିସ୍ଥିତି । ଉଭୟ ପକ୍ଷ ମଧ୍ୟରେ ତୀବ୍ର ବାକ୍ଯୁଦ୍ଧ ଦେଖିବାକୁ ମିଳିଥିଲା । ଘଟଣାସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନାମୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଘଟଣାସ୍ଥଳରୁ କଂଗ୍ରେସ ଉପସଭାପତିଙ୍କୁ ଉଠାଇ ନେଲା ପୋଲିସ । ଘଟଣାକୁ ନେଇ ହିଞ୍ଜିଳି ଥାନା ଆଗାରେ ଧାରଣା ଦେଇଛି କଂଗ୍ରେସ ।

Also Read:- BCJD: ଛାତ୍ର ସଂସଦ ନିର୍ବାଚନ ପାଇଁ BCJD ପ୍ରସ୍ତୁତ; ପ୍ରାର୍ଥୀ ଚୂଡ଼ାନ୍ତ, ଶୁକ୍ରବାର ନୋମିନେସନ

ସେପଟେ, ଓଡ଼ିଶା ବନ୍ଦ ବେଳେ ସାରା ରାଜ୍ୟର ସୁରକ୍ଷା ବ୍ୟବସ୍ଥା ଉପରେ କଡ଼ା ନଜର ରଖିଛି ଓଡ଼ିଶା ପୋଲିସ । ସ୍ଥିତିର ସମୀକ୍ଷା କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ର । ଜନସାଧାରଣଙ୍କ ସୁରକ୍ଷା, ଯାତାୟାତ ବ୍ୟବସ୍ଥା ଓ ସରକାରୀ ତଥା ଜନସାଧାରଣଙ୍କ ସମ୍ପତ୍ତିର ସୁରକ୍ଷା ନେଇ ବ୍ୟାପକ ପୋଲିସ ମୁତୟନ ଅଛନ୍ତି ।

Watch Video: