ଭୁବନେଶ୍ବର ୮।୧୦: ଛାତ୍ର ସଂସଦ ନିର୍ବାଚନରେ ବିଜୁ ଛାତ୍ର ଜନତା ଦଳର ପ୍ରସ୍ତୁତି । ସାରା ଓଡ଼ିଶାରେ ଶୁକ୍ରବାର ବିଜୁ ଛାତ୍ର ଜନତା ଦଳର ପ୍ରାର୍ଥୀ ନୋମିନେସନ କରିବେ ବୋଲି କହିଛନ୍ତି ଛାତ୍ର ବିଜେଡି ସଭାପତି ଇପ୍ସିତା ସାହୁ । ପ୍ରାୟତଃ ସବୁ କ୍ୟାମ୍ପସରେ ଛାତ୍ର ବିଜେଡି ପ୍ରାର୍ଥୀ ଚୂଡ଼ାନ୍ତ କରି ସାରିଛି । ନିର୍ବାଚନ ପାଇଁ ପ୍ରସ୍ତୁତି ମଧ୍ୟ ସରିଛି । ଯେଉଁମାନଙ୍କ ୭୫ ପ୍ରତିଶତ ଉପସ୍ଥାନ ସହ ବ୍ୟାକ୍ ପେପର ନଥିବା ସେହିଭଳି ପ୍ରାର୍ଥୀ ଚୟନ କରାଯାଇଛି ।

ସରକାରୀ ଦଳକୁ ଅନୁରୋଧ କୌଣସି ଜାଗାରେ ପ୍ରଶାସନିକ କଳ ବ୍ୟବହାର କରନ୍ତୁ ନାହିଁ । ଆମର ପ୍ରାର୍ଥୀଙ୍କୁ ଜାଣିଶୁଣି କାଟିଲେ ଆମେ ଆନ୍ଦୋଳନ କରିବୁ । ଆମ ନେତା ନବୀନ ପଟ୍ଟନାୟକ ସବୁବେଳେ ଅହିଂସା ମାର୍ଗରେ ଯାଆନ୍ତି । ଆମେ କଲେଜ କ୍ୟାମ୍ପସର ପ୍ରସଙ୍ଗ, ହଷ୍ଟେଲ ସମସ୍ୟାକୁ ନେଇ ନିର୍ବାଚନ ଲଢ଼ିବୁ । ଏ ଛାତ୍ର ସଂସଦ ନିର୍ବାଚନ ପ୍ରସଙ୍ଗ ଭିତ୍ତିକ ହେଉ । ଶାସକ ଦଳ ଟଙ୍କା ବଳରେ କ୍ୟାମ୍ପସରେ ମିଛ ନ୍ୟାରେଟିଭ ସେଟ୍ କରିଛନ୍ତି । ସାରା ଓଡ଼ିଶାରେ ଶୁକ୍ରବାର ବିଜୁ ଛାତ୍ର ଜନତା ଦଳର ପ୍ରାର୍ଥୀ ନୋମିନେସନ କରିବେ ।

Also Read:- ଲାଇସେନ୍ସ ନଥାଇ ଚାଲିଥିଲା ଔଷଧ ବିକ୍ରି, ୨୨୦ ଦୋକାନରେ ଡ୍ରଗ୍ସ ବିଭାଗର ରେଡ୍

୩ ବିଶ୍ୱ ବିଦ୍ୟାଳୟ ଓ ୨୦୨ ମହାବିଦ୍ୟାଳୟରେ ନିର୍ବାଚନ ବଦଳରେ ସିଲେକ୍ସନ ହେବା ପ୍ରସଙ୍ଗରେ ଇପ୍ସିତା କହିଛନ୍ତି, ଏହା ଡବଲ ଇଞ୍ଜିନ ସରକାରରେ ଡବଲ ଷ୍ଟାଣ୍ଡାର୍ଡ କଥା । ସରକାର କାହିଁକି ୩ଟି ବିଶ୍ୱବିଦ୍ୟାଳୟ ଓ ୨୦୨ଟି କଲେଜରେ ସିଲେକ୍ସନକୁ ଗଲେ । ଯେଉଁଠି ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୁଏ ସେଠାରେ ସିଲେକ୍ସନ ହୁଏ । ଯେଉଁଠି ସିଲେକ୍ସନ ପ୍ରକ୍ରିୟାରେ ପାତର ଅନ୍ତର ହେଲେ ଛାତ୍ର ବିଜେଡି ଆନ୍ଦୋଳନ କରିବ ।

Watch Video: