ଭୁବନେଶ୍ୱର ୧୯/୧୨: ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗରେ ବର୍ଷିଲା ବିଜେଡି । ନିଷ୍ପତ୍ତିର ପୁର୍ନବିଚାର କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ରଖିଲା ବିଜେଡ଼ି । ବିଜେଡି ଆହୁରି କହିଛି ଯେ, ଜନମତ ଏହି ବିଲ ବିରୋଧ ରେ ଯାଉଛି । ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳି ମଲ୍ଲିକ ଓ ପ୍ରତାପ ଦେବ ସାମ୍ୱାଦିକ ସମ୍ମିଳନୀ କରି ସରକାରଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି ବିଧାନସଭାରେ ପାରିତ ହୋଇଥିବା ବିଧାୟକଙ୍କ ବର୍ଦ୍ଧିତ ଦରମା ଭତ୍ତା ଓ ପେନସନ ବିଲ ନିଷ୍ପତ୍ତିର ଆଉଥରେ ବିଚାର ହେଉ ।

ବିଜେଡି କହିବା କଥା ବିଧାନସଭାରେ ୯ ତାରିଖରେ ବିଧାୟକ ମାନଙ୍କୁ ନେଇ ବିଲ ପାରିତ ହୋଇଛି । କିନ୍ତୁ ଓଡ଼ିଶା ଜନ ସାଧାରଣ ଏହାକୁ ବିରୋଧ କରୁଛନ୍ତି । ତେଣୁ ବିରୋଧୀ ଦଳ ନେତା ବର୍ଦ୍ଧିତ ଦରମା ନେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ମନା କରିଥିଲେ । ବିରୋଧୀ ଦଳ ନେତା ଆଜି ପର୍ଯ୍ୟନ୍ତ ତାଙ୍କ ଦରମା କେବେ ବି ନେଇ ନାହାନ୍ତି ତାହା ସାଧାରଣ ଲୋକଙ୍କ କାମରେ ଲଗାଯାଏ । ଆମ ଦଳର ସଭାପତି ଙ୍କ ନିର୍ଦ୍ଦେଶ ରେ ଆମେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ରଖୁଛୁ ଏହି ବିଲର ସେ ପୁର୍ନବିଚାର କରନ୍ତୁ।