ଭୁବନେଶ୍ଵର: ରାଜନୈତିକ ରାଲିରେ ସ୍କୁଲ-ଛାତ୍ରୀଙ୍କୁ ସାମିଲ ମାମଲାରେ ବିଜେଡି ନେତାଙ୍କ ମୁସ୍କିଲ ବଢିବାକୁ ଯାଉଛି। ମାମଲାରେ ବିଜେଡି ସଭାପତି ଓ ନେତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି ଶିଶୁ ଅଧିକାର ସୁରକ୍ଷା ଆୟୋଗ। କାହିଁକି ରାଲିରେ ନବାଳିକ ଛାତ୍ରଛାତ୍ରୀଙ୍କୁ ସାମିଲ୍ କରାଗଲା ସେ ନେଇ କାରଣ ଦର୍ଶାଇବାକୁ ଆୟୋଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନା ଅନୁଯାୟୀ, ଝାରସୁଗୁଡ଼ାରେ ବିଜୁ ଜନତା ଦଳ ପକ୍ଷରୁ ଏକ ରାଜନୈତିକ ପ୍ରତିବାଦ ସଭାର ଆୟୋଜନ କରାଯାଇଥିଲା। ହେଲେ ଏହି ରାଲିରେ ନାବାଳିକା ସ୍କୁଲ ଛାତ୍ରୀଙ୍କୁ ସାମିଲ କରିଥିଲା ଦଳ। ଏହାକୁ ନେଇ ରାଜନୈତିକସ୍ତରରେ ବିରୋଧ କରାଯାଇଥିଲା। ଏବେ ଏହା ଅଭିଯୋଗକୁ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (OSCPCR) ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି।

Also Read: ପାଠ୍ୟ ପୁସ୍ତକ ତ୍ରୁଟିରେ ପ୍ରକ୍ରିୟାର ହେବ ଅପରାଧିକ ତଦନ୍ତ, FIR ଦାୟର କରିବାକୁ SCERT ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ

ଏହି ମାମଲାରେ (OSCPCR Case No. 108/2026) କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆୟୋଗ ବିଜେଡି ସଭାପତିଙ୍କ ସମେତ ଦଳର ପ୍ରମୁଖ ନେତ୍ରୀମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ୭ ଦିନ ମଧ୍ୟରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାରେ ବିଜେଡି ଏବଂ ଦଳର ନେତାଙ୍କ ପକ୍ଷରୁ କଣ ତଥ୍ୟ ରଖାଯାଉଛି ତାହା ଉପରେ ନଜର ରହିଛି।