ଭୁବନେଶ୍ବର ୨୫।୫: ବିଜେଡିର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ବିଜେଡିରୁ ଇସ୍ତଫା ଦେଇଛନ୍ତି । ଦେବାଶିଷ ବିଜେଡି ଛାଡ଼ିଲେ ଦଳ ଉପରେ କୌଣସି ପ୍ରଭାବ ପଡ଼ିବନି ବୋଲି ଦଳୀୟ ନେତା କହିଛନ୍ତି । ବିଜେଡିର ବରିଷ୍ଠ ବିଧାୟକ ପ୍ରମିଳା ମଲ୍ଲିକ ମଧ୍ୟ ଦେବାଶିଷ ସାମନ୍ତରାୟଙ୍କୁ କଟାକ୍ଷ କରିଛନ୍ତି । ସେ କହିଛନ୍ତି, ବିଜେଡିରେ ଦେବାଶିଷଙ୍କୁ ସବୁ ପଦ ପଦବୀ ମିଳିଛି । ବିଜେପି ଯାଉଛନ୍ତି ବୋଧ ହୁଏ, ପ୍ରଧାନମନ୍ତ୍ରୀ କି ରାଷ୍ଟ୍ରପତି ପଦ ଖୁବ୍ ଶୀଘ୍ର ପାଇବେ

ଦେବାଶିଷ ସାମନ୍ତରାୟ ନିଶାଗ୍ରସ୍ତ ଅବସ୍ଥାରେ ସବୁବେଳେ ରୁହନ୍ତି । ନିଶାସକ୍ତ ହୋଇ କ’ଣ କେଉଁଠି ଭୁଲ୍ କରିଥିବେ ସେଥିପାଇଁ ବିଜେପି ଓ୍ବାସିଂମେସିନ୍‌କୁ ଯାଉଛନ୍ତି । ବିଧାୟକ, ସାଂସଦ ହୁଅନ୍ତି ଲୋକଙ୍କ ସେବା କରିବାକୁ, ତାଙ୍କ ସେବା ପାଇଁ ନୁହେଁ ।

Also Read:- ରାଜ୍ୟସଭା ସଦସ୍ୟ ପଦ ଛାଡ଼ିଲେ ଦେବାଶିଷ ସାମନ୍ତରାୟ, ଅଧ୍ୟକ୍ଷଙ୍କୁ ଭେଟି ଇସ୍ତଫା ପତ୍ର ଦେଲେ

ଯେତେବେଳେ ବିଜେଡି ସରକାର ପଳାଇଲା ସେଦିନ ଠାରୁ ସେ ବିଜେପି ଲିଙ୍କ୍‌ରେ ଅଛନ୍ତି । ପଦପଦବୀ ପାଇବା ପାଇଁ ନବୀନ ବାବୁଙ୍କ ଗୋଡ ତଳେ ପଡି ନେଇଗଲେ । ଆଉ ୱାକଫ୍ ପ୍ରସଙ୍ଗରେ ଆଲୋଚନା କରିପାରିଲେ ନାହିଁ । ତାଙ୍କୁ ଆମେ ବାରମ୍ବାର କହିଛୁ ନିଶା ଛାଡନ୍ତୁ ବୋଲି । ଦଳକୁ ରୋଜଗାର କରିବାକୁ ଆସିଥିଲେ । ଓଡ଼ିଶା ସ୍ଵାର୍ଥ ସମ୍ବଳିତ କେଉଁ ପ୍ରସଙ୍ଗ ସେ ସଂସଦରେ ଉଠାଇଛନ୍ତି ବୋଲି ପ୍ରଶ୍ନ କଲେ ପ୍ରମିଳା ।  ଏଭଳି ଲୋକ ଦଳ ଛାଡିଲେ ପ୍ରଭାବ ପଡିବ ନାହିଁ ବୋଲି ମଧ୍ୟ ପ୍ରମିଳା କହିଛନ୍ତି ।