ଗୁଣପୁର ୨୮।୧୦: ଦୀର୍ଘ ୬ଘଣ୍ଟା ୩୦ ମିନିଟର ସଂଘର୍ଷ ପରେ ସ୍ଥଳଭାଗ ଅତିକ୍ରମ କଲା ଅର୍ଣ୍ଣବ । ରାତି ୨ରୁ ସକାଳ ୮ଟା ୩୦ ଯାଏ ଲ୍ୟାଣ୍ଡଫଲ୍ । ବୁଧବାର ସଂଧ୍ୟାରେ ମାଲକାନଗିରି ଅତିକ୍ରମ କରିବ ଅର୍ଣ୍ଣବ । ତେବେ ମାଲକାନଗିରି ଅତିକ୍ରମ କରିବା ବେଳେ ଏହା ଦୁର୍ବଳ ହୋଇ ଅବପାତ ସ୍ଥିତିରେ ରହିବ । ଅର୍ଣ୍ଣବ ପ୍ରଭାବରେ ଏବେବି ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଜାରି ରହିଛି । ତେବେ ରାୟଗଡ଼ା ଜିଲ୍ଲାରେ ବାତ୍ୟା ଆଶ୍ରୟସ୍ଥଳୀର ସ୍ଥିତି ଅନୁଧ୍ୟାନ କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଏହାସହ ଆଶ୍ରୟସ୍ଥଳୀରେ ଖାଦ୍ୟର ମାନ ଯାଞ୍ଚ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ।

ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ଡେରିଗାଁ ପଂଚାୟତର ସରୁପାଡୁ ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ପରେ ଜୟପଙ୍ଗା ଗାଁରେ ଅସ୍ଥାୟୀ ଭାବେ ଖୋଲାଯାଇଥିବା ବାତ୍ୟା ଆଶ୍ରୟସ୍ଥଳୀରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ବାତ୍ୟାକୁ ଦୃଷ୍ଟିରେ ରଖି ମୁତୁକୁଣି ଗାଁରେ ଅନେକ କଚା ଘର ରହିଥିବାରୁ ଗାଁର ୫୦ରୁ ଅଧିକ ଜଣଙ୍କୁ ବ୍ଲକ୍ ପ୍ରଶାସନ ସ୍ଥାନାନ୍ତର କରି ବାତ୍ୟା ଆଶ୍ରୟସ୍ଥଳୀରେ ରଖିଛି । ଏହି କେନ୍ଦ୍ରକୁ ଉପମୁଖ୍ୟମନ୍ତ୍ରୀ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବା ସହ ଦିଆଯାଉଥିବା ରନ୍ଧା ଖାଦ୍ୟ ନିଜେ ଖାଇ ମାନ ଯାଞ୍ଚ କରିଛନ୍ତି ।

Also Read:- ବାତ୍ୟା ‘ଅର୍ଣ୍ଣବ’କୁ ନେଇ IMD ଡିଜିଙ୍କ ବଡ଼ ସୂଚନା, ୯୦ କି.ମି. ବେଗରେ ବହିପାରେ ପବନ

ଏହାପରେ କେନ୍ଦୁଗୁଡା ଠାରେ ଥିବା ବଡନାଳ ଜଳଭଣ୍ଡାର ପ୍ରକଳ୍ପକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଉପମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି, ଦାୟିତ୍ବରେ ଥିବା ଉପଜିଲ୍ଲାପାଳ ତଥା ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ଅଧିକାରି ଅଜୟ ପ୍ରଧାନ, ପଦ୍ମପୁର ବ୍ଲକ୍ ବିଡିଓ କୁରେଶୁ ଜାନି, ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Watch Video: