ଭୁବନେଶ୍ବର ୨୫।୫: ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଲେ ବରିଷ୍ଠ ବିଜେଡି ନେତା ଦେବାଶିଷ ସାମନ୍ତରାୟ । ରାଜ୍ୟସଭା ଅଧ୍ୟକ୍ଷ ତଥା ଉପ ରାଷ୍ଟ୍ରପତିଙ୍କୁ ଭେଟି ଦେଲେ ଇସ୍ତଫା ପତ୍ର । ଅନେକ ଦିନ ଧରି ଚାଲିଥିବା ଚର୍ଚ୍ଚାର ଅନ୍ତ ଘଟାଇ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି ଦେବାଶିଷ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି । ତେବେ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଓ କିଛି କେନ୍ଦ୍ର ନେତୃତ୍ୱଙ୍କୁ ଭେଟିବେ ବୋଲି ସୂଚନା ରହିଛି ।

ଦେବାଶିଷ ବିଜେଡିରୁ ରାଜ୍ୟସଭା ସାଂସଦ ଥିଲେ । ବାରବାଟୀ କଟକ ଆସନରୁ ବିଜେଡି ବିଧାୟକ ଥିଲେ ଦେବାଶିଷ । ତିର୍ତ୍ତୋଲ ଆସନରୁ ମଧ୍ୟ ବିଜେଡି ବିଧାୟକ ଥିଲେ ।

Also Read:- ଦେବାଶିଷ ସାମନ୍ତରାୟ ଦଳ ଛାଡିବା ପରେ ବିଜେଡି ଉପରେ କୌଣସି ପ୍ରଭାବ ପଡିବନି

ତେବେ ଦଳରୁ ଇସ୍ତଫା ନେଇ କାରଣ ଦର୍ଶାଇଛନ୍ତି ଦେବାଶିଷ ସାମନ୍ତରାୟ । ସେ କହିଛନ୍ତି, ଦଳରେ ମୋତେ ଅନେକ ଦିନ ଧରି ଅଣଦେଖା କରାଯାଉଥିଲା । ମୋତେ ଲାଗୁଥିବା, ଦଳ ମୋଠାରୁ କୌଣସି ସେବା ଚାହୁଁନି । ଲୋକଙ୍କ ସ୍ବାର୍ଥ ପାଇଁ ଏଭଳି କଠିନ ନିଷ୍ପତ୍ତି ନେଇଥିବା ସେ କହିଛନ୍ତି ।