କଳାହାଣ୍ଡି ୨୮।୧୦ : ବାତ୍ୟା ଅର୍ଣ୍ଣବକୁ ନେଇ ସଜାଗ ପ୍ରଶାସନ। ପ୍ରବଳ ବର୍ଷା ଆଶଙ୍କା ମଧ୍ୟରେ ନଦୀକୂଳିଆ ଲୋକଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇଛି । ଲୋକଙ୍କୁ ସୁରକ୍ଷିତ ଭାବେ ରଖିବା ସହ ଖାଦ୍ୟ ଓ ଅନ୍ୟାନ୍ୟ ମୌଳିକ ସୁବିଧା ଯୋଗାଇଦେବାକୁ ତତ୍ପରତା ଦେଖେଇଛି ପ୍ରଶାସନ । ଏହାରି ଭିତରେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ବାଣିଜରା ପଞ୍ଚାୟତର କୋଟେନ ଗାଁରେ ଥିବା ବନ୍ୟା ଆଶ୍ରୟସ୍ଥଳୀରେ ପହଞ୍ଚି ସ୍ଥିତି ପରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଳିଙ୍ଗ।

ବାତ୍ୟା ଅର୍ଣ୍ଣବ ଆନ୍ଧ୍ରରେ ତାଣ୍ଡବ ରଚିଛି । ଅନେକ କ୍ଷୟକ୍ଷତି କରିଛି ଏହି ବାତ୍ୟା । ଏପିରିକି ଏହି ବାତ୍ୟାର ପ୍ରଭାବରେ ଓଡ଼ିଶାର ଦକ୍ଷିଣବର୍ତ୍ତୀ ଜିଲ୍ଲା ଗୁଡିକ ମଧ୍ୟ ପ୍ରଭାବିତ ହୋଇଛି । ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ଅଛି କଳାହାଣ୍ଡି ଜିଲ୍ଲା ପ୍ରଶାସନ। ନଦୀକୂଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କ ସୁରକ୍ଷାକୁ ଦିଆଯାଇଛି ପ୍ରାଥମିକତା। ବିପଦ ଆଶଙ୍କା ଥିବା ଅଞ୍ଚଳର ଅନେକ ପରିବାରଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀରେ ରଖାଯାଇଛି। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ବାଣିଜରା ପଞ୍ଚାୟତର କୋଟେନ ଗାଁରେ ଥିବା ବନ୍ୟା ଆଶ୍ରୟସ୍ଥଳୀରେ ପହଞ୍ଚି ଲୋକଙ୍କ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଳିଙ୍ଗ।

Also Read:-Cyclone Arnab : ବାତ୍ୟା ଅର୍ଣ୍ଣବ ଆଣିଲା ବିପତ୍ତି, ମୁକାବିଲାରେ ୧୨୫ ଅଗ୍ନିଶମ ଟିମ୍

ଆଶ୍ରୟସ୍ଥଳୀରେ ରହୁଥିବା ଲୋକଙ୍କ ପାଇଁ କିଭଳି ବ୍ୟବସ୍ଥା କରାଯାଇଛି, ସେନେଇ ଅନୁଧ୍ୟାନ କରିଛନ୍ତି ମନ୍ତ୍ରୀ। ଲୋକଙ୍କ ରହଣିଠାରୁ ଆରମ୍ଭ କରି ରନ୍ଧା ଖାଦ୍ୟ ଓ ଅନ୍ୟାନ୍ୟ ଆବଶ୍ୟକ ସୁବିଧା ଯାଏଁ ସମସ୍ତ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ବିପଦ ସମୟରେ ଯେପରି କୌଣସି ଲୋକ ଅସୁବିଧାରେ ନପଡ଼ନ୍ତି, ସେଥିପ୍ରତି ସତର୍କ ରହିଛି ପ୍ରଶାସନ। ବାତ୍ୟା ଓ ପ୍ରବଳ ବର୍ଷାର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ଲୋକଙ୍କୁ ସୁରକ୍ଷିତ ରଖିବା ସହ ଆବଶ୍ୟକ ସହାୟତା ଯୋଗାଇଦେବା ଉପରେ ଏବେ ଗୁରୁତ୍ୱ ଦିଆଯାଉଛି।

Watch Video:-

 

​​​​​​​