ଭୁବନେଶ୍ବର: କ୍ରସ୍ ଭୋଟିଂ ନେଇ କାରଣ ଦର୍ଶାଅ ନୋଟିସର ଜବାବ ରଖିଛନ୍ତି ବିଜେଡିର ୬ ବିଧାୟକ। ଶୁକ୍ରବାର ଦେବୀ ତ୍ରିପାଠୀ, ସୌଭିକ ବିଶ୍ୱାଳ, ସୁବାସିନୀ ଜେନା, ନବ ମଲ୍ଲିକ, ରମାକାନ୍ତ ଭୋଇ ଓ ଚକ୍ରମଣି କଅଁର ନୋଟିସର ଉତ୍ତର ରଖିଛନ୍ତି। ବଡ଼ କଥା ହେଲା ସମସ୍ତେ ସୋ କଜ୍ ନୋଟିସକୁ ବେଆଇନ ଏବଂ ଧମକପୂର୍ଣ୍ଣ ବୋଲି କହିବା ସହ ଏହାକୁ ପ୍ରତ୍ୟାହାର ନହେଲେ ପାଲଟା ଆଇନର ଆଶ୍ରୟ ନେବାକୁ ଧମକ ଦେଇଛନ୍ତି ସମସ୍ତ ବିଧାୟକ । ଯାହାପରେ ବିଜେଡିରେ ତେଜିଛି ରାଜନୀତି।

ଏହି ପ୍ରସଙ୍ଗରେ ଶୁକ୍ରବାର ଶଙ୍ଖ ଭବନରେ ବିଜେଡି ଶୃଙ୍ଖଳା କମିଟିର ବୈଠକ ଅନୁଷ୍ଠିତ ହୋଇଛି। ଦେବୀ ମିଶ୍ର, ରାଜଶ୍ରୀ ମଲ୍ଲିକ, ଶର୍ମିଷ୍ଠା ସେଠୀ, ସାରଦା ଜେନା, ଚନ୍ଦ୍ରଶେଖର ସାହୁ, ଲୋପାମୁଦ୍ରା ବକ୍ସିପାତ୍ରଙ୍କ ନେତୃତ୍ବରେ ଏହି ବୈଠକ ହୋଇଛି।

Also Read: କ୍ରସ ଭୋଟିଂର ଉତ୍ତର ରଖିଲେ ୬ ବିଜେଡି ବିଧାୟକ, ପ୍ରମିଳା କହିଲେ- ଆଇନ କ'ଣ ଏକା ସେମାନଙ୍କ ପାଇଁ ?

ତେବେ ବୈଠକ ପରେ ବିଜେଡି ବରିଷ୍ଠ ଉପସଭାପତି ଦେବୀ ମିଶ୍ର କହିଛନ୍ତି, ‘‘ ଯେଉଁମାନଙ୍କୁ ନୋଟିସ ହୋଇଥିଲା ସମସ୍ତେ କାରଣ ଦର୍ଶାଅ ନୋଟିସର ଜବାବ ଦେଇଛନ୍ତି। ସେମାନଙ୍କ ଉତ୍ତରରୁ ଯାହା ଲାଗୁଛି, ଗୋଟିଏ ସ୍ଥାନରୁ ସମସ୍ତଙ୍କ ଲେଖା ଆସିଛି। ରାଜ୍ୟସଭା ଭୋଟ ପରେ, ଯେଉଁ ପ୍ରତିକ୍ରିୟା ସେମାନେ ଗଣମାଧ୍ୟମକୁ ଦେଇଥିଲେ ସେ ସମସ୍ତ କ୍ଲିପ୍କୁ ମଧ୍ୟ ତଦାରଖ କରାଗଲା। ସେମାନଙ୍କର ଆଚରଣ ଦଳ ବିରୋଧୀ। ଏନେଇ ଦଳୀୟ ରିପୋର୍ଟ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଦିଆଯିବ। ସେ ଏଦିଗରେ କାର୍ଯ୍ୟାନୁଷ୍ଠାନ ନେବେ।’’