ଭୁବନେଶ୍ବର ୨୫।୫: ରାଜ୍ୟରେ ଚାଲିଥିବା SIRରେ ତ୍ରୁଟିଶୂନ୍ୟ ଭୋଟର ତାଲିକା ଦାବି କରିଛି ବିଜୁ ଜନତା ଦଳ । କୌଣସି ପ୍ରକୃତ ଭୋଟର ଯେପରି ତାଲିକାରୁ ବାଦ୍ ନ ପଡ଼ନ୍ତି ସେଥିପାଇଁ ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅନୁରୋଧ କରିଛି । ଆଦିବାସୀ ଓ ଗରିବ ଭୋଟର ବୈଷୟିକ କାରଣରୁ ବଞ୍ଚିତ ନ ହେବାକୁ ଦଳ ଗୁରୁତ୍ୱ ଦେଇଛି ।

Also Read:- ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବାରେ ସରକାର ବିଫଳ, ପ୍ରତିବାଦର ସ୍ବର ଉଠାଇବାକୁ ଆହ୍ବାନ

ସଂଶୋଧନ ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ରଖିବାକୁ BJD ଦାବି କରିଛି । ଏହି ସବୁ ଦାବି ନେଇ ଦଳର ଏକ ପ୍ରତିନିଧି ଦଳ ସୋମବାର CEOଙ୍କୁ ଭେଟି ତାଙ୍କ କାର୍ଯ୍ୟାଳୟରେ ସ୍ମାରକପତ୍ର ଦେଇଛି । ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର, ପ୍ରମିଳା ମଲ୍ଲିକ ଓ ଅଶୋକ ପଣ୍ଡା ଭଳି ୮ ଜଣିଆ ପ୍ରତିନିଧି ଦଳରେ ସାମିଲ ଥିଲେ । ସମସ୍ତ ଅଭିଯୋଗର ଉଚିତ ଯାଞ୍ଚ କରାଯିବ ବୋଲି CEO ପ୍ରତିଶ୍ରୁତି ଦେଇଛନ୍ତି । BJD କହିଛି ଓଡ଼ିଶାର ପ୍ରତ୍ୟେକ ଭୋଟରଙ୍କ ଗଣତାନ୍ତ୍ରିକ ଅଧିକାର ସୁରକ୍ଷିତ ରହିବା ଦରକାର ।