ଭଦ୍ରକ ୨୫।୫: ଭଦ୍ରକ ନିର୍ବାଚନ ମଣ୍ଡଳୀ ବିଜୁ ମହିଳା ଜନତା ଦଳ ପକ୍ଷରୁ ନାରୀ ଅଧିକାର ଅଭିଯାନ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଭଦ୍ରକ ସହର ଟାଉନ ହଲ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ ସାମଲ, ଜିଲ୍ଲା ମହିଳା ସଭାନେତ୍ରୀ ବିଦ୍ୟୁତ ଲତା ନାୟକ, ପୌରାଧ୍ୟକ୍ଷା ଗୁଲମୁଖୀ ହବିବ ପ୍ରମୁଖ ଉପସ୍ଥିତ ରହି ସରକାର ଚଳାଇଥିବା ଜନ ବିରୋଧି କାର୍ଯ୍ୟ ଉପରେ ଉପସ୍ଥିତ ମହିଳା ମାନଙ୍କୁ ସଚେତନ କରାଇଥିଲେ ।

ବିଜେପି ସରକାର ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବାରେ ବିଫଳ ହେବା ସହ ନାରୀ ନିର୍ଯାତନାକୁ ନିୟନ୍ତ୍ରଣ କରିବାରେ ଅସମର୍ଥ ହୋଇପଡିଛି । ଯାହାକୁ ନେଇ ଗାଁ ଗାଁରେ ବିଜେପି ସରକାର ବିରୋଧରେ ପ୍ରତିବାଦର ସ୍ବର ଉଠାଇବାକୁ ଉପସ୍ଥିତ ମହିଳା ମାନଙ୍କୁ ବିଜେଡି ନେତୃବୃନ୍ଦ ଆହ୍ୱାନ ଦେଇଛନ୍ତି । ଆଗାମୀ ଦିନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଜେଡି ସବୁଠି ମହିଳାଙ୍କୁ ସଚେତନ କରିବ ଓ ମହିଳା ସଂରକ୍ଷଣ କ୍ଷେତ୍ରରେ ପୂର୍ବ ସରକାର କେତେ ଦାୟିତ୍ୱବାନ ଥିଲେ ତାହା ମଧ୍ୟ ଅବଗତ କରାଇବ ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ସାମଲ ।