ବଲାଙ୍ଗୀର ୦୬।୦୬ : ପୋଖରୀ ପାଇଁ ମହାଭାରତ । କଂଗ୍ରେସ-ବିଜେଡି ମୁହାଁମୁହିଁ । ବଲାଙ୍ଗୀର ସହରରେ ପୋଖରୀ ଖନନକୁ ନେଇ ସ୍ଥାନୀୟ କରଙ୍ଗାକଟା ଠାରେ ବିଜେଡି-କଂଗ୍ରେସଙ୍କ ପକ୍ଷରୁ ଚାଲିଛି ଏପରି ଆନ୍ଦୋଳନ ।  

ପୋଖରୀ ପାଇଁ ମହାଭାରତ। ବଲାଙ୍ଗୀର ସହରରେ ଚାଲିଛି ପୋଖରୀ ଉଦ୍ଧାର କାମ। ବହୁ ପୁରୁଣା ପୋଖରୀ ସବୁ ଚାଲିଛି ଉଦ୍ଧାର କାମ । ଦୀର୍ଘ ବର୍ଷ ଧରି ସେହି ସବୁ ପୋଖରୀର ପାଣି ବ୍ୟବହାର ପାଇଁ ଯୋଗ୍ୟ ନଥିଲା । ଯେଉଁ ପୋଖରୀ ପାଣି ଲୋକ ପିଇବା ପାଇଁ ବ୍ୟବହାର କରୁଥିଲେ, ସେହି ପୋଖରୀରେ ଗତ ୨୦ ବର୍ଷ ହେବ ଗାଧୋଇବା ପାଇଁ ଉପଯୁକ୍ତ ନଥିଲା । ଶେଷରେ ପୌରପରିଷଦ ପକ୍ଷରୁ ୧୭ଟି ପୋଖରୀ ମଧ୍ୟ ପ୍ରଥମ ପର୍ଯ୍ୟାୟରେ ୧୧ଟିର ପୋଖରୀ ଖନନ କାମ ଆରମ୍ଭ ହୋଇଛି । ତେବେ ଏହି ପୋଖରୀ କାମରେ ଦୁର୍ନୀତି ହେବା ସହ ପିସି କାରବାର ନେଇ କଂଗ୍ରେସ ଅଭିଯୋଗ ଆଣିଥିଲା । ଏପିରିକି କରଙ୍ଗାକଟା ଓ ଦେଉଳପୋଖରୀ ଠାରେ କଂଗ୍ରେସ ପକ୍ଷରୁ ଧାରଣା ଦିଆଯାଇଥିଲା । ବିବାଦ ବଢିବା ଦେଖି ବିଜେଡି ନେତାଙ୍କ ସହ ପୌର ପରିଷଦ ଅଧ୍ୟକ୍ଷ ଆସିଥିଲେ । ଶେଷରେ ଉଭୟ ଗୋଷ୍ଠୀଙ୍କ ପକ୍ଷରୁ ନାରାବାଜି ହୋଇଥିଲା । ଏପିରିକି ମୁହାଁମୁହିଁ ପରିସ୍ଥିତି ଉପଜୁଥିଲା। ଘଟଣାସ୍ଥଳରେ ବିବାଦୀୟ ପରିସ୍ଥିତିକୁ ନେଇ ୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ସ୍ଥାନୀୟ ତହସିଲଦାର ଆସି ଉଭୟ ଲୋକଙ୍କୁ ବୁଝାସୁଝା କରିଥିଲେ।

Also Read:-ଇଂଲଣ୍ଡ ଏବଂ ଆୟାରଲ୍ୟାଣ୍ଡ ବିପକ୍ଷରେ ଶ୍ରେୟସ ନୂଆ କ୍ୟାପ୍ଟେନ୍ : ଦଳରେ ସାମିଲ ହେଲେ ବୈଭବ ସୂର୍ଯ୍ୟବଂଶୀ

ପୋଖରୀ କାମରେ ଦୁର୍ନୀତି ହେବା ସହ ପିସି କାରବାର କରୁଥିବା ଅଭିଯୋଗ ଆସିଛି। ନରସିଂହ ମିଶ୍ର ୧୦ ବର୍ଷ ଧରି ଏଠାରୁ ବିଧାୟ ଥିବା ବେଳେ ଗୋଟିଏ ବି ପୋଖରୀରୁ କାମ ହୋଇନଥିଲା ବୋଲି ବିଜେଡି ଅଭିଯୋଗ ଆଣିଛି । ସେପଟେ କଂଗ୍ରେସ ମଧ୍ୟ ଆଣିଛି ସଙ୍ଗୀନ ଅଭିଯୋଗ । ଉଭୟ ଦଳ ନିଜ ନିଜ ବିରୋଧରେ ଅଭିଯୋଗ ଆଣି ଆନ୍ଦୋଳନ କରୁଛନ୍ତି ।