ଭୁବନେଶ୍ୱର ୦୮।୦୬ : ବିଜେଡି ଡାକିଲା ବଡ଼ ବୈଠକ । ଆସନ୍ତା ୧୦ରେ ବିଜୁ ଜନତା ଦଳ ଡାକିଛି ବଡ଼ ବୈଠକ । ଏହି ବୈଠକରେ ସମସ୍ତ ନେତାଙ୍କୁ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବିଜେଡି ସୁପ୍ରିମୋ । ଏନେଇ ବିଜେଡି ପକ୍ଷରୁ ଏକ ପ୍ରେସ ରିଲିଜ ଜାରି କରାଯାଇଛି ।

ବିଜେଡି ପକ୍ଷରୁ ଜାରି ହୋଇଥିବା ପ୍ରେସ ରିଲିଜ୍ରେ କୁହାଯାଇଛି ଯେ, ଆସନ୍ତା ୧୦ ତାରିଖ ଅପରାହ୍ନ ୪ଟା ସମୟରେ ରାଜ୍ୟ ବିଜେଡି କାର୍ଯ୍ୟାଳୟ ମାନେ ଶଙ୍ଖଭବନରେ ଏକ ବୈଠକ ବସିବାକୁ ଯାଉଛି । ଯେଉଁଥିରେ ଗତ ସାଧାରଣ ନିର୍ବାଚନରେ ଦଳୀୟ ପ୍ରାର୍ଥୀ କିମ୍ବା ପ୍ରାର୍ଥିନୀ ଭାବେ ଲଢିଥିବା ନେତାମାନଙ୍କୁ ଡକାଯାଇଛି । ଏହି ବୈଠକରେ ଦଳୀୟ ସଭାପତି ସମସ୍ତ ନେତାଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ଏବଂ ବିଚାରବିମର୍ଶ କରିବେ ।

Also Read:-Sambalpur : ସମ୍ବଲପୁରରେ ଡବଲ ମର୍ଡର, ଶୋଇଥିବା ବେଳେ ମାଆ-ଝିଅଙ୍କୁ ଟାଙ୍ଗିଆରେ ହାଣି ନିର୍ମମ ହତ୍ୟା…

ସେହିପରି ପୂର୍ବରୁ ଦଳ ତରଫକୁ ଦିଆଯାଇଥିବା SIR ସଂପର୍କୀତ କାର୍ଯ୍ୟକ୍ରମର ଅନୁପାଳନ, ବ୍ଲକ ଓ ପୌରାଞ୍ଚଳରେ ସାଂଗଠନିକ କମିଟି ଗଠନ ଓ ନିଆଯାଇଥିବା ଦଳୀୟ କାର୍ଯ୍ୟକ୍ରମ ସଂପର୍କରେ ତଥ୍ୟ ପ୍ରଦାନ କରିବେ । ଏହି ବୈଠକରେ ଦଳୀୟ ନେତାମାନେ ସିଧା ସଭାପତିଙ୍କ ସହ କୌଣସି ବି ପ୍ରସଙ୍ଗରେ ଆଲୋଚନା କରିପାରିବେ ।

ତେବେ ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ । ଏହାପୂର୍ବରୁ ବିଜେଡି ସବୁ ନେତାମାନଙ୍କୁ ରାଜଧାନୀକୁ ଡାକିଛି । ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡି ନିଜର ସଂଗଠନକୁ ଆହୁରି ସୁଦୃଢ କରୁଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ତେବେ ଦେଖାଯାଉ ଆସନ୍ତା ୧୦ ତାରିଖରେ ପାର୍ଟି କେଉଁ କେଉଁ ପ୍ରସଙ୍ଗରେ ଆଲୋଚନା କରୁଛି ।