ଭୁବନେଶ୍ୱର ୨୦।୦୯ : ମହାନଦୀ ଜଳ ବିବାଦ ନୁହେଁ କି ସମସ୍ୟା ବି ନୁହେଁ । ଦୁଇ ରାଜ୍ୟରେ ବିଜେପି ଏବଂ କେନ୍ଦ୍ରରେ ବିଜେପି ସରକାର ରହିଛି । ତେଣୁ କୌଣସି ବିବାଦୀୟ ସ୍ଥିତି ହେବ ନାହିଁ ବୋଲି କହିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ।

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ । ଭୁବନେଶ୍ୱର ବିମାନବନ୍ଦରରୁ ବାହାରିବା ପରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଦୁଇ ରାଜ୍ୟରେ ବିଜେପି ଓ କେନ୍ଦ୍ରରେ ବି ବିଜେପି ସରକାର ରହିଛନ୍ତି । ତେଣୁ କୌଣସି ବିବାଦୀୟ ପରିସ୍ଥିତି ହେବ ନାହିଁ । ମହାନଦୀ ଜଳ ବିବାଦ ନୁହେଁ କି ସମସ୍ୟା ନୁହେଁ। ବହୁତ ଜଲଦି ଏହି ସମସ୍ୟାର ସମାଧାନ ହେବ। ବିଜେପି ସରକାର ଆସିବା ପରେ ଯେଉଁ ସବୁ ରାଜ୍ୟରେ ଜଳ ବିବାଦ ଥିଲା ତାର ସମାଧାନ ହେଉଛି । ଛତିଶଗଡ ଓଡିଶା ମଧ୍ୟରେ ଯେଉଁ ବିବାଦ ଥିଲା, ତାହା ଏଵେ ବିବାଦ ନାହିଁ । ଏହା ଖୁବଶୀଘ୍ର ସମାଧାନ ହେବ ।

Also Read:-Fishermen warning: ଓଡ଼ିଶା ଆସୁଛି ଗଭୀର ଅବପାତ ! ୨୨ରୁ ପ୍ରବଳ ବର୍ଷା, ୨୩ରେ ଉପକୂଳ ଛୁଇଁବା ସମ୍ଭାବନା

ସେହିପରି ଆମେ ମହାନଦୀ ନେଇ ଦୁଇ ମୁଖ୍ୟମନ୍ତ୍ରୀ ଏବଂ ଅଧିକାରୀମାନେ ଦିଲ୍ଲୀରେ ଆଲୋଚନା କରିସାରିଛୁ । ସେଠାରେ ଆମେ ଦୁଇ ମୁଖ୍ୟମନ୍ତ୍ରୀ ସିଡବ୍ଲୁସିକୁ ସହମତି ଦେଇ ଦେଇଛୁ । ଦୁଇ ରାଜ୍ୟ ପାଇଁ ଯାହା ହିତ ହେବ ସିଡବ୍ଲୁସିର ନିର୍ଦ୍ଦେଶକୁ ମାନିବୁ । କିଛି ସମସ୍ୟା ନାହିଁ, ସମସ୍ୟା ସମଧାନ ପାଇଁ ସମୟ ଲାଗେ । ଖୁବଶୀଘ୍ର ସମାଧାନ ହେବ ।

Watch Video:-