କୋଲାକାତା: ପଶ୍ଚିମବଙ୍ଗରେ ଦୁଇଟି ବିଧାନସଭା ସିଟରେ ହେବାକୁ ଥିବା ଉପନିର୍ବାଚନରେ ଘଡ଼ିକେ ଘୋଡ଼ା ଛୁଟୁଛି। ଘଟଣାରେ ଯେ କେତେ ବେଳେ କଣ ଟୁଇଷ୍ଟ ଆସୁଛି କହିବା ମୁସ୍କିଲ। କାରଣ ରେଜିନଗର ସିଟରେ ଉପନିର୍ବାଚନକୁ ନେଇ ହାଇଡ୍ରାମା ଦେଖିବାକୁ ମିଳିଛି/ନାମାଙ୍କନ ପତ୍ର ପ୍ରତ୍ୟାହାର କରିବାର ତିନି ଘଣ୍ଟା ନ ଯାଉଣୁ, ନିଜ ନିଷ୍ପତ୍ତିରେ ୟୁଟର୍ଣ୍ଣ ମାରିଛନ୍ତି ରେଜିନଗରର ତୃଣମୂଳ କଂଗ୍ରେସ ପ୍ରାର୍ଥୀ(ଟିଏମସି) ରବିଉଲ ଆଲମ ଚୌଧୁରୀ।

ସକାଳେ ନାମାଙ୍କନ ପତ୍ର ପ୍ରତ୍ୟାହାର କରିଥିବା ରବିଉଲ କହିଛନ୍ତି ଉପପନିର୍ବାଚନ ଲଢିବାକୁ ପ୍ରସ୍ତୁତ। ତାଙ୍କ କହିବା କଥା ମମତା ବାନାର୍ଜୀଙ୍କ ସହ ଆଲୋଚନା ପରେ ସେ ନିଜ ନିଷ୍ପତ୍ତି ଉପରେ ପୁନର୍ବିଚାର କରିଛନ୍ତି। ସେ ଶନିବାରଠୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ଦଳୀୟ ସୂତ୍ର ଅନୁଯାୟୀ, ରବିଉଲ ନିର୍ବାଚନ ନ ଲଢିବାକୁ ନିଷ୍ପତ୍ତି ନେବା ବିଷୟରେ ସୂଚନା ମିଳିବା ମାତ୍ରେ ମମତା ବାନାର୍ଜୀ ତାଙ୍କୁ ଫୋନ୍ କରିଥିଲେ। ନିଜର ଏହି ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାକୁ ସେ ଅପିଲ୍ କରିଥିଲେ। ଦୁଇ ନେତାଙ୍କ ମଧ୍ୟରେ ଲମ୍ବା ଆଲୋଚନା ପରେ ଶେଷରେ ମମତା ରବିଉଲଙ୍କୁ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ନ କରିବା ପାଇଁ ମନାଇ ପାରିଥିଲେ।

Also Read: ନନ୍ଦୀଗ୍ରାମ କଂଗ୍ରେସ ପ୍ରାର୍ଥୀଙ୍କୁ ଗିରଫ କଲା ପୋଲିସ, ସମର୍ଥନ ଘୋଷଣା କରିଥିଲେ ମମତା

କାହିଁକି ବଦଳାଇଲେ ନିଷ୍ପତ୍ତି

ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା ବେଳେ ରବିଉଲ ନିଜ ନିଷ୍ପତ୍ତି ଉପରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ମମତା ବାନାର୍ଜୀଙ୍କ ନେତୃତ୍ଵରେ ଲଢେଇ ଜାରି ରଖିବେ ଏବଂ ନିର୍ବାଚନୀ ମଇଦାନରୁ ପଛକୁ ହଟିବେ ନାହିଁ। ଯଦି ପାର୍ଟିର ଜଣେ ବି କାର୍ଯ୍ୟକର୍ତ୍ତା ତାଙ୍କ ସହିତ ରୁହନ୍ତି ସେ ମମତାଙ୍କ ପ୍ରତିନିଧି ଭାବେ ନିର୍ବାଚନ ଲଢିବେ। ମୁଁ ନିଜର ନାମାଙ୍କନ ପତ୍ର ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଥିଲି। ମାତ୍ର ଦିଦିଙ୍କ ସହ ଆଲୋଚନା କରିବା ପରେ ମୁଁ ମୋ ନିଷ୍ପତ୍ତି ବଦଳାଇଛି। ଦିଦି ମୋତେ ଭରସା ଦେଇଛନ୍ତି ଯେ ମୁଁ ତାଙ୍କ ପାର୍ଟିର ସଦସ୍ୟ ଏବଂ ସେ ଯାହା କହିବେ ମୁଁ ତାହା କରିବି।

ନନ୍ଦୀଗ୍ରାମରୁ ଲାଗିଛି ଝଟକା

ଉଲ୍ଲେଖନୀୟ ଅକ୍ଟୋବର ୬ରେ ନନ୍ଦୀଗ୍ରାମ ଏବଂ ରେଜିନଗର ସିଟରେ ଉପନିର୍ବାଚନ ହେବାକୁ ଯାଉଛି। ଏହା ପୂର୍ବରୁ ନନ୍ଦୀଗ୍ରାମରୁ ମମତାଙ୍କୁ ବଡ଼ ଝଟକା ଲାଗି ସାରିଛି। ତାଙ୍କ ପ୍ରାର୍ଥୀ ସଞ୍ଚିତା ପ୍ରଧାନ ନିଜର ନାମାଙ୍କନ ପତ୍ର ପ୍ରତ୍ୟାହାର କରି ନେଇଥିଲେ। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ଭେଟିବା ପରେ ସଞ୍ଚିତା ଏହି ପଦକ୍ଷେପ ନେଇଥିଲେ। ସବୁଠୁ ବଡ଼ କଥା ମମତା ବାନାର୍ଜୀ ନନ୍ଦିଗ୍ରାମରେ କଂଗ୍ରେସର ପ୍ରାର୍ଥୀଙ୍କୁ ସମର୍ଥନ ଦେବାକୁ ନିଷ୍ପତ୍ତି ନେଇଥିଲେ। ଏହା ପରେ ପରେ କଂଗ୍ରେସ ପ୍ରାର୍ଥୀଙ୍କୁ ଏକ ପୁରୁଣା ମାମଲାରେ ଗିରଫ କରିଛନ୍ତି ଶୁଭେନ୍ଦୁ ସରକାର।

Also  Read: ଉପନିର୍ବାଚନ ପୂର୍ବରୁ ECଙ୍କ ବଡ଼ ପଦକ୍ଷେପ, TMCର ନାମ-ଚିହ୍ନ ଉପରେ ଲାଗିଲା ରୋକ

ଶୁଭେନ୍ଦୁଙ୍କ ପାଇଁ ଅତି ଗୁରୁତ୍ଵ ନନ୍ଦୀଗ୍ରାମ

ନନ୍ଦୀଗ୍ରାମ ଆସନ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ପାଇଁ ବହୁତ ଗୁରୁତ୍ଵ ବହନ କରେ। ଶୁଭେନ୍ଦୁ ନନ୍ଦୀଗ୍ରାମ ଓ ଭବାନୀପୁର ଉଭୟ ସିଟରୁ ନିର୍ବାଚନ ଜିତିବା ପରେ ଭବାନୀପୁଟ ସିଟ୍ ନିଜ ପାଖରେ ରଖିଥିଲେ। ଏହି ଆସନରେ ଏବେ ଉପନିର୍ବାଚନ ହେବାକୁ ଯାଉଛି। ବିଜେପି ରେଜିନଗର ଆସନରୁ ଶାଖା ରାଓଙ୍କୁ ପ୍ରାର୍ଥୀ କରିଛି।