ଭୁବନେଶ୍ୱର ୧୦।୦୧ : ଅପରାଧୀଙ୍କ ପାଓ୍ୱାର ସୋ । ହାତରେ ଖଣ୍ଡା ଧରି ଜନ୍ମଦିନ ସେଲିବ୍ରେସନ କରୁଛନ୍ତି ହତ୍ୟା ଅଭିଯୁକ୍ତ । ଏହା କୌଣସି ଉପାନ୍ତ ଅଞ୍ଚଳ ନୁହେଁ, ବରଂ ଖୋଦ ରାଜଧାନୀରୁ ଆସିଛି ଏପରି ଦୃଶ୍ୟ । ଯାହାକି ଭୁବନେଶ୍ୱରର ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ପୁଣି ଥର ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

ଖବର ଅନୁଯାୟୀ, ଭୁବନେଶ୍ଵର ସାମନ୍ତରାୟପୁର ମିଠା ଦୋକାନୀଙ୍କୁ ବିଚ୍ ରାସ୍ତାରେ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଶ୍ରୀକିତ ବିଶ୍ଵାଳଙ୍କ ଜନ୍ମଦିନ ଥିଲା। ଏହି ଅବସରରେ ତାଙ୍କ ସମର୍ଥକମାନେ ଏକାଠି ହୋଇଥିଲେ। ବିଳମ୍ଵିତ ରାତିରେ ଜନ୍ମଦିନ ପାର୍ଟି ଜୋରଶୋରରେ ଜମିଥିଲା। ଶ୍ରୀକିତ ହାତରେ ଖଣ୍ଡା ଧରି କେକ୍ କାଟିଥିଲେ। ପାଖରେ ଅମରେଶ ନାୟକ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ରଘୁଆ ବାରିକ ଓ ବରମୁଣ୍ଡା ହତ୍ୟାର ଅଭିଯୁକ୍ତ ରିକି ଠିଆ ହୋଇଥିଲେ। ବାର୍ଥ ଡେ ସେଲିବ୍ରେସନ ଜୋର୍ ଶୋରରେ ଚାଲିଥିଲା। ଏହି ଭିଡିଓକୁ ଦେଖିଲେ ଲାଗୁଛି ରାଜଧାନୀରେ ବୋଧେ ମୁଣ୍ଡ ଟେକୁଛି ଆଉ ଏକ ଗ୍ୟାଙ୍ଗ୍।