ପାଟନା:  ବାହାଘର ପାଇଁ ସବୁ ବନ୍ଧୁ ପରିଜନ ସଂପର୍କୀୟଙ୍କ ଭିଡ଼ ଜମିଥିଲା। ହେଲେ ସଂପର୍କର ପରିଭାଷାକୁ ଭୁଲି ଯାଇ ଏତେ ବଡ଼ କାଣ୍ଡ କରି ଦେବେ କେହି ଭାବି ନ ଥିଲେ ବିହାରର ଦରଭଙ୍ଗା ଜିଲ୍ଲାରୁ ଏମିତି ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି ଯାହା ସମାଜ ଓ ପବିତ୍ର ସଂପର୍କକୁ କଳଙ୍କିତ କରିଛି। ମର୍ଯ୍ୟାଦାର ସବୁ ସୀମା ଟପି ଯାଇଛି ଏହି ଘଟଣା। ଜଣେ ୨୬ ବର୍ଷୀୟ ବିବାହିତ ମହିଳା ନିଜ ସ୍ଵାମୀଙ୍କ ଭେଣୋଇଙ୍କ ସହ ପ୍ରେମ କରି ଫେରାର ମାରିଛନ୍ତି। ଏହି ଘଟଣା ଅଲୀନଗର ଥାନା ଅନ୍ତର୍ଗତ ଜଗବନି ଗାଁରେ ଘଟିଛି। ଏଠାରେ ୫୫ ବର୍ଷୀୟ ଧନିକ ଲାଲ ଯାଦବ ଓରଫ ସର୍ଦ୍ଦାର ନିଜ ଶଳାର ଘର ହିଁ ଉଜାଡ଼ି ଦେଇଛନ୍ତି।

ବିବାହ ସମାରୋହରୁ ପ୍ରେମ ଆରମ୍ଭ

ଘଟଣାର ଆରମ୍ଭ ଚଳିତ ବର୍ଷ ଫେବୃଆରୀ ମାସରେ ହୋଇଥିଲା। ଫେରାର ମହିଳାଙ୍କ ସ୍ଵାମୀ ଦିନେଶ ଯାଦବଙ୍କ ମୁତାବକ, ଫେବୃଆରୀ ୧୫ରେ ତାଙ୍କ ଭିଣୋଇ ଧନିକ ଲାଲ ଯାଦବଙ୍କ ପୁଅର ବିବାହ ଥିଲା। ସମସ୍ତ ସଂପର୍କୀୟ ଓ ପରିଜନ ବିବାହ ସମାରୋହକୁ ଆସିଥିଲେ। ଏହି ସମୟରେ ଦିନେଶଙ୍କ ପତ୍ନୀ ପ୍ରିୟଙ୍କା ଏବଂ ତାଙ୍କର ବୟସ୍କ ଭିଣୋଇଙ୍କ ମଧ୍ୟରେ ଘନିଷ୍ଠତା ବଢିଥିଲା। ଉଭୟ ପରସ୍ପରର ନିକଟତର ହେବାରେ ଲାଗିଲେ। ସବୁଠୁ ବଡ଼ କଥା ପ୍ରିୟଙ୍କାଙ୍କ ବୟସ ମାତ୍ର ୨୬ ହୋଇଥିବା ବେଳେ ଅଭିଯୁକ୍ତ ଭିଣୋଇ ଧନିକ ଲାଲଙ୍କ ବୟସ ୫୫। ତାଙ୍କର ତିନି ବଡ଼ ବଡ଼ ପୁଅ ବି ଅଛନ୍ତି। ଫେବୃଆରୀ ୧୫ ବିବାହ ପରେ ପ୍ରିୟଙ୍କାଙ୍କ ବ୍ୟବହାରରେ ଅଜବ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ସେ ଘରେ ରୋଷେଇ କରିବା ବନ୍ଦ କରିବା ସହ ନିରବ ରହୁଥିଲା।

Also Read: ମୋ ସ୍ଵାମୀର ବୟସ ୪୦, ମୁଁ ୧୯ ! ପ୍ରେମିକର ହାତ ଧରିଲେ ମହିଳା, ହାଇକୋର୍ଟରେ ଚାଲିଲା ମହାଡ୍ରାମା

୪ ଲକ୍ଷ ଟଙ୍କାର ଗହଣା ଏବଂ ନଗଦ ନେଇ ଫେରାର

ଦିନେଶ କହିଛନ୍ତି, ବିବାଦ ବଢିବା ପରେ ପ୍ରିୟଙ୍କାଙ୍କ ବାପା ତାକୁ ଘରକୁ ନେଇ ଯାଇଥିଲେ। ପ୍ରିୟଙ୍କା ପ୍ରାୟ ମାସେ ଯାଏଁ ନିଜ ବାପ ଘରେ ରହିଥିଲେ। ମାର୍ଚ୍ଚ ୨୬ରେ ସେ ନିଜ ବାପାଙ୍କୁ କହିଥିଲା ଯେ, ସେ ନିଜ ଶ୍ଵଶୁର ଘର ଯାଉଛନ୍ତି। ମାତ୍ର ସେ ଶ୍ଵଶୁର ଘରେ ପହଞ୍ଚି ନ ଥିଲା। ମାର୍ଚ୍ଚ ୩୦ରେ ଯେବେ ଶ୍ଵଶୁର ସମୁଦିକୁ ଫୋନ କଲେ, ଏହି ବଡ଼ ଷଡ଼ଯନ୍ତ୍ରର ଖୁଲାସା ହୋଇଥିଲା। ଘଟଣାରୁ ଜଣା ପଡ଼ିଥିଲା ଯେ, ପ୍ରିୟଙ୍କା ନିଜ ସହ ୪ ଲକ୍ଷ ଟଙ୍କାର ଗହଣା ଏବଂ ନଗଦ ନେଇ ନିଜ ଭେଣୋଇ ସହ ଫେରାର ମାରିଛି। ଉଲ୍ଲେଖନୀୟ ଅଭିଯୁକ୍ତ ଧନିକ ଲାଲଙ୍କ ପତ୍ନୀ ପୂର୍ବରୁ କ୍ୟାନସର ରୋଗରେ ମୃତ୍ୟୁ ଘଟି ସାରିଛି।

Also Read: ବିବାହ କଲେ IIT ବାବା ଅଭୟ ସିଂହ, ପତ୍ନୀ ବି ଇଞ୍ଜିନିୟର

ପୀଡ଼ିତ ସ୍ଵାମୀ ରଖିଲେ ଅଜବ ସର୍ତ୍ତ

ଟେଣ୍ଟ ହାଉସରେ କାମ କରୁଥିବା ପୀଡ଼ିତ ସ୍ଵାମୀ ଦିନେଶ ଯାଦବ ଏହି ପୂରା ଘଟଣାରେ ଅଲୀନଗର ଓ ସକତପୁର ଥାନା ମଧ୍ୟରେ ଚକ୍କର କାଟୁଛନ୍ତି। ନିଜର ବିବଶତା ଜାହିର କରିବା ସହ ଦିନେଶ କହିଛନ୍ତି, ଏବେ ମଧ୍ୟ ସେ ପିଲାଙ୍କ ପାଇଁ ନିଜ ପତ୍ନୀଙ୍କୁ ଆପଣେଇବାକୁ ପ୍ରସ୍ତୁତ। କିନ୍ତୁ ଏଥିପାଇଁ ତାର ଗୋଟିଏ ସର୍ତ୍ତ ରହିଛି। ଦିନେଶଙ୍କ କହିବା କଥା, ଯଦି ପ୍ରିୟଙ୍କା ଦିନେ କି ଦୁଇ ଦିନ ଭିତରେ ଫେରିଆସେ ତେବେ ରଖିବାକୁ ପ୍ରସ୍ତୁତ। ଯଦି ତାର ଆସିବାରେ ବିଳମ୍ବ ଘଟେ ତେବେ ମୋର ଦ୍ଵାର ତା ପାଇଁ ସବୁ ଦିନ ପାଇଁ ବନ୍ଦ ହୋଇଯିବ। ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରିୟଙ୍କା ଓ ଅଭିଯୁକ୍ତ ଭିଣୋଇର ଫୋନ ସୁଇଚ୍ ଅଫ୍ ରହିଛି। ପୋଲିସ ମାମଲାରେ ତଦନ୍ତରେ ଜୁଟି ଯାଇଛି।