ନୂଆଦିଲ୍ଲୀ: ଭାରତରେ ଜାତିଭିତ୍ତିକ ଭେଦଭାବର ଶିକାର ବଢ଼ୁଥିବା ନେଇ ଅନେକ ରିପୋର୍ଟ ସାମ୍ନାକୁ ଆସିଛି। ଏହାକୁ ଅନେକ ସଂଗଠନ ବିରୋଧ କରିଆସୁଛନ୍ତି। ଏବେ ଏହି ପ୍ରସଙ୍ଗକୁ ନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। ହିନ୍ଦୁ, ଶିଖ କିମ୍ବା ବୌଦ୍ଧ ଧର୍ମ ବ୍ୟତୀତ ଅନ୍ୟ କୌଣସି ଧର୍ମ ଗ୍ରହଣ କରୁଥିବା ବ୍ୟକ୍ତିଙ୍କୁ ଅନୁସୂଚିତ ଜାତି (SC) ମାନ୍ୟତା ଦିଆଯାଇପାରିବ ନାହିଁ।

କଣ ହୋଇଥିଲା ଘଟଣା-

ସୁପ୍ରିମକୋର୍ଟ ପାଷ୍ଟର ଚିନ୍ଥାଧା ଆନନ୍ଦ କରିଥିବା ଅଭିଯୋଗ ଉପରେ ଶୁଣାଣି କରି ଏପରି ରାୟ ଦେଇଛନ୍ତି । ସେ 2025 ମେ ମାସରେ ଅନ୍ଧ୍ରପ୍ରଦେଶ ହାଇକୋର୍ଟ ଦେଇଥିବା ରାୟକୁ ଚ୍ୟାଲେଢ୍ଜ୍ କରି ସୁପ୍ରିମକୋର୍ଟ ଯାଇଥିଲେ । ଆନନ୍ଦ ଆବେଦନରେ ଦର୍ଶାଇଥିଲେ ଯେ, ସେ ଜାତିଭିତ୍ତିକ ଭେଦଭାବର ଶିକାର ହେଉଛନ୍ତି । ଆକାଲା ରାମିରେଡ୍ଡିନାମକ ଜଣେ ବ୍ୟକ୍ତିଙ୍କ ବିରୋଧରେ ସେ ଏସସି-ଏସଟି ଆକ୍ଟ ଅନୁଯାୟୀ ଅଭିଯୋଗ କରିଥିଲେ । ପୋଲିସ ମଧ୍ୟ ଏହାକୁ ନେଇ ମାମଲା ରୁଜୁ କରିଥିଲା।

also read- ବସ୍ତରରେ ଭୁଶୁଡ଼ିଲା ମାଓଗଡ଼, ଆତ୍ମସମର୍ପଣ କଲେ ଶେଷ ମାଓ ଲିଡର୍ ପାପା ରାଓ

ଯାହା ବିରୋଧରେ ରାମିରେଡ୍ଡି ହାଇକୋର୍ଟ ଯାଇଥିଲେ ।ହାଇକୋର୍ଟ ମାମଲାର ଶୁଣାଣି କରି ଆନନ୍ଦ ଦାଖଲ କରିଥିବା ଅଭିଯୋଗକୁ ରବ୍ଦ କରିଥିଲେ । ଏହାସହ ସେ ଖ୍ରୀଷ୍ଟିଆନ୍ ହୋଇଯାଇତିବାରୁ ଏସସି ଏସଟି ଆକ୍ଟ ଅନୁସାରେ ମାମଲା ରୁଜୁ କରିହେବ ନାଇ ବୋଲି କୋର୍ଟ କହିଥିଲେ । କୋର୍ଟ ଆହୁରି ମଧ୍ୟ କହିଥିଲେ ଯେ, ଆନନ୍ଦଙ୍କ ପାଖରେ ଯେଉଁ ଏସସି ପ୍ରମାଣପତ୍ର ରହିଛି ତାହା ଏହି ମାମଲାରେ କୌଣସି ସାହାଯ୍ୟ କରିବ ନାହିଁ । ଏହାପରେ ଆନନ୍ଦ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

Watch Video:-