ନୂଆଦିଲ୍ଲୀ ୨୧।୩: ଏଲପିଜି ଉପଭୋକ୍ତାଙ୍କ ନିମନ୍ତେ ଏବେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହୋଇଛି, ଏଥିରେ ସିଲିଣ୍ଡର ବୁକ୍ କରିବା ପୂର୍ବାପେକ୍ଷା କଷ୍ଟକର ହୋଇଛି। ଏହା ପୂର୍ବରୁ ଗ୍ୟାସ୍ ସିଲିଣ୍ଡର ଯେବେ ସେବେ ବୁକିଂ କରାଯଇ ପାରୁଥିଲା। ହେଲେ ଏବେ ସେମିତି ହୋଇ ପାରିବନାହିଁ। ନୂଆ ପ୍ରଣାଳୀରେ ଗ୍ୟାସ୍ ଏଜେନ୍ସୀ ବୁକିଂ ସମୟ ଓ ଅନ୍ତରାଳକୁ ନେଇ କଡ଼ା ନିୟମ ଲାଗୁ କରିଛନ୍ତି। ଏଣୁ ଗ୍ୟାସ୍ ଉପଭୋକ୍ତା ପୂର୍ବାପେକ୍ଷା ଅଧିକ ସତର୍କ ରହିବାକୁ ହେବ। ନୂଆ ନିୟମ ଅନୁସାରେ ଏବେ ଆଗଭଳି ଆଉ ୨୪ ଘଣ୍ଟା ବୁକିଂ କରି ହେବନି।

ସକାଳ ୭ଟା ପରେ ଓ ରାତି ୮ଟା ପୂର୍ବରୁ ବୁକିଂ ହୋଇ ପାରିବ ନାହିଁ
ଉପଭୋକ୍ତାଙ୍କୁ ନିର୍ଦ୍ଧାରିତ ବୁକିଂ ସମୟ ପାଳନ କରିବାକୁ ପଡିବ। ଏବେ ବୁକିଂ କେବଳ ସକାଳ ୫ଟାରୁ ୭ଟା ମଧ୍ୟରେ ହୋଇ ପାରିବ। ଏହା ପରେ ରାତି ୮ଟାରୁ ୧୨ ମଧ୍ୟରେ କଲ ଅଥବା ମ୍ୟାସେଜ ଜରିଆରେ ବୁକିଂ କରି ହେବ। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଯାହା ତାହା ହେଉଛି ସକାଳ ୭ଟା ପରେ ଓ ରାତି ୮ଟା ପୂର୍ବରୁ ଆଉ ବୁକିଂ ହୋଇ ପାରିବ ନାହିଁ। ଏଣୁ ଯଦି ଆପଣଙ୍କ ଗ୍ୟାସ୍ ସିଲିଣ୍ଡରରୁ ଶେଷ ହୋଇଯାଇଛି ଏଥି ପାଇଁ ଆପଣଙ୍କୁ ପୂର୍ବରୁ ଯୋଜନା କରିବାକୁ ପଡିବ।

ସହରାଞ୍ଚଳ ପାଇଁ ୨୫ ଦିନ ଓ ଗ୍ରାମାଞ୍ଚଳ ପାଇଁ ୪୫ ଦିନର ବ୍ୟବଧାନ
ଏହା ଛଡା ଆପଣ ଯଦି ସହରାଞ୍ଚଳରେ ରହୁଛନ୍ତି ଗୋଟିଏ ବୁକିଂର ୨୫ ଦିନ ପରେ ଦ୍ୱିତୀୟ ବୁକିଂ ହୋଇ ପାରିବ। ଗ୍ରାମାଞ୍ଚଳ ଲାଗି ଏହି ସୀମା ୪୫ ଦିନ। ମଝିରେ କେହି ଗ୍ୟାସ୍ ନେଇ ପାରିବେ ନାହିଁ। ୨୫ ଅଥବା ୪୫ ଦିନ ପୂର୍ବରୁ ନୂଆ ବୁକିଂକୁ ସିଷ୍ଟମ ସ୍ୱୀକାର କରିବ ନାହିଁ। ଏପରି ନିୟମ କରିବାର ଉଦ୍ଦେଶ୍ୟ ଗ୍ୟାସ୍ ଉପଲବ୍ଧତା ସନ୍ତୁଳିତ ରଖିବା ଓ ଅନାବଶ୍ୟକ ବୁକିଂକୁ ଅଟକାଇବା। ଏହି ନୂଆ ନିୟମ ଲାଗୁ ହେବା ଦ୍ୱାରା ଉପଭୋକ୍ତାଙ୍କୁ ସେମାନଙ୍କ ଆବଶ୍ୟକତା ଓ ସମୟକୁ ପ୍ରବନ୍ଧନ କରିବାକୁ ପଡିବ। ଗ୍ୟାସ୍ ଯୋଗାଣରେ କୌଣସି ପ୍ରକାରର ଅସୁବିଧା ଯେ ପରି ନ ହୁଏ ସେଥି ପାଇଁ ସଠିକ ସମୟରେ ବୁକିଂ ଓ ବ୍ୟବଧାନ ପାଳନ କରିବା ଏବେ ଅତ୍ୟନ୍ତ ଜରୁରି ହୋଇ ପଡିଛି।

ଅନଲାଇନରେ ଏଲପିଜି ବୁକିଂ କରୁଥିଲେ
ଯଦି ଆପଣ ଅନଲାଇନରେ ଏଲପିଜି ବୁକିଂ କରୁଥାନ୍ତି ତେବେ ବିତରଣକାରୀଙ୍କ ଅଧିକାରୀକ ୱେବସାଇଟ୍ କୁ ଯାଆନ୍ତୁ ଅଥବା ମୋବାଇଲ ଆପ ଖୋଲନ୍ତୁ। ନିଜର ପଞ୍ଜିକୃତ ମୋବାଇଲ ନମ୍ବର ଅଥବା ଏଲପିଜି ଆଇଡି ବ୍ୟବହାର କରି ଲଗଇନ କରନ୍ତୁ। ସିଲିଣ୍ଡର ରିଫିଲ ପାଇଁ ବୁକିଂ ବିକଳ୍ପ ବାଛନ୍ତୁ। ଏଥିରେ ନିଜର ବୁକିଂ ସମ୍ପର୍କିତ ସୂଚନା ଦିଅନ୍ତୁ ଓ ଅନୁରୋଧ ସବମିଟ୍ କରନ୍ତୁ। ଆପଣଙ୍କୁ ବୁକିଂ ନମ୍ବର ସହିତ ଏକ ପୁଷ୍ଟିକରଣ ମ୍ୟାସେଜ ମିଳିବ। ଏହି ଆପ ବା ୱେବସାଇଟରେ ନିଜର ସିଲିଣ୍ଡର ଡେଲିଭରୀ ସ୍ଥିତି ଜାଣିବା ପାଇଁ ବୁକିଂ ନମ୍ବର ବ୍ୟବହାର କରନ୍ତୁ। ସିଲିଣ୍ଡର ଡେଲିଭରୀ ପାଇଁ ବାହାରିଯିବା ପରେ ଓଟିପି ସତ୍ୟାପନ ପାଇଁ ନିଜ ଫୋନ ପାଖରେ ରଖନ୍ତୁ।