ଭୁବନେଶ୍ୱର ୧୨।୦୮ : ୨୭ ସୁଦ୍ଧା ସରିବ PMAY ଯାଞ୍ଚ ପ୍ରକ୍ରିୟା । ଅଗଷ୍ଟ ୨୭ ତାରିଖ ସୁଦ୍ଧା PMAYର ଯାଞ୍ଚ ପକ୍ରିୟା ଶେଷ ହେବ । ବର୍ତ୍ତମାନ ସୁଦ୍ଧା ୩୧ ଲକ୍ଷ ତାଲିକା ଚୂଡ଼ାନ୍ତ ହୋଇଛି ବୋଲି ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେପ୍ଟେମ୍ବରରେ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀ ଓଡ଼ିଶା ଆସିବେ। ଏହି ସମୟରେ କେନ୍ଦ୍ରମନ୍ତ୍ରୀ ହିତାଧିକାରୀଙ୍କୁ ଘର ବାଣ୍ଟିବେ। PMAY ଯୋଜନାରେ ୩୮ ଲକ୍ଷ ପଞ୍ଜୀକୃତ ହୋଇଛି।  ଲୋକଙ୍କୁ କିପରି ଘର ମିଳିବ । ସେଥିପାଇଁ ଆମେ ଆଲୋଚନା କରୁଛନ୍ତି । ସେହିପରି ଅନ୍ତଦ୍ୟୋୟ ଗୃହ ଯୋଜନାରେ ୨ ଲକ୍ଷ ୬୦ ହଜାର ଘର ଦିଆସାରିଲାଣି। ଆହୁରି ଏକ ଲକ୍ଷ ଘର ଦେବୁ। ନିରପକ୍ଷ ଭାବେ ଗରିବ ଲୋକଙ୍କୁ ଘର ଦିଆଯିବ।

Also Read:-ବନ୍ୟା କ୍ଷୟକ୍ଷତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ବଡ଼ ସୂଚନା : ୨୪ ଜିଲ୍ଲା ପ୍ରଭାବିତ, ୭୯ ହଜାର ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ

ସେହିପରି VB-GRAMରେ ଅଧିକ କାମ ଯୋଗଦେବା ପାଇଁ ଆଲୋଚନା ହୋଇଛି। ଅଧିକ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ମଧ୍ୟ ହେବ। ବିଗତ ସରକାର ଠିକ୍ ଭାବେ ଜମି ଚିହ୍ନଟ କଲେନି। କେନ୍ଦ୍ର ଯୋଜନାକୁ ବାଟ ମାରଣା କରିଲେ। ଆବାସ-୨ର ଯେଉଁ ତାଲିକା ଦେବା କଥା ସେତେବେଳେ ଦେଲେନି। ଯେଉଁଥିପାଇଁ ଏବେ ବନ୍ୟାରେ ଅଧିକ ଲୋକଙ୍କ ଘର ଭାଙ୍ଗିଥିବା ରିପୋର୍ଟ ଆସୁଛି ।