ଭୁବନେଶ୍ଵର: ପୁଣେରୁ ଭୁବନେଶ୍ଵର ଏବଂ ଭୁବନେଶ୍ଵରରୁ ପୁଣେ ଫ୍ଲାଇଟ ବାତିଲ୍। ଗୁରୁବାର ଏୟାର ଇଣ୍ଡିଆ ଏକ୍ସପ୍ରେସର ଫ୍ଲାଇଟ ବାତିଲ୍। ପ୍ରଥମେ ଦୁଇଘଣ୍ଟା ବିଳମ୍ବ ହେବା ପରେ ଫ୍ଲାଇଟ୍ ବାତିଲ୍ କରିଛି ଏୟାରଲାଇନ। ଫଳରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଦୀର୍ଘ ସମୟ ଧରି ଅପେକ୍ଷାରତ ଯାତ୍ରୀ ହନ୍ତସନ୍ତ ହୋଇଛନ୍ତି। ଏହାକୁ ନେଇ ବିମାନ ବନ୍ଦରରେ ଏୟାର ଇଣ୍ଡିଆ କର୍ମଚାରୀ ଓ ପାସେଞ୍ଜରଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ଦେଖିବାକୁ ମିଳିଛି।

ତେବେ ପ୍ରାୟ ତିନିଘଣ୍ଟା ପରେ ଯାତ୍ରୀଙ୍କ ପାଇଁ ଅନ୍ୟ ବିମାନର ବ୍ୟବସ୍ଥା ହୋଇଛି। ପ୍ରଥମ ପର୍ଯ୍ୟାୟରେ ୭୨ ଜଣଙ୍କ ପାଇଁ ମୁମ୍ବାଇ ଫ୍ଲାଇଟରେ ବ୍ୟବସ୍ଥା ହୋଇଛି । କିଛି ପାସେଞ୍ଜରଙ୍କୁ ଦିଲ୍ଲୀ ଓ ବାଙ୍ଗାଲୁର ଫ୍ଲାଇଟରେ ପଠାଇବାକୁ ବ୍ୟବସ୍ଥା ହୋଇଛି । ବଳକା ପାସେଞ୍ଜରଙ୍କ ପାଇଁ ଅନ୍ୟ ବ୍ୟବସ୍ଥା କରାଯାଉଛି। ତେବେ ଫ୍ଲାଇଟ କେଉଁ କାରଣରୁ ବାତିଲ କରାଗଲା ତାର କାରଣ ଅସ୍ପଷ୍ଟ ରହିଛି।

Also Read: ରାଜ୍ୟରେ ଆସିଲା ନୂଆ ଅବକାରୀ ନୀତି, ଆଉ ଖୋଲିବନି ନୂଆ ମଦ ଦୋକାନ