ଭୁବନେଶ୍ୱର : ପ୍ରଥମେ ପ୍ରେମ, ତା’ପରେ ବିବାହର ସ୍ୱପ୍ନ। ଆଉ ଏହି ସମ୍ପର୍କର ଆଢୁଆଳରେ ଲକ୍ଷାଧିକ ଟଙ୍କା ଠକେଇ। ଯେତେବେଳେ ବିବାହ କଥା ଉଠିଲା, ସେତେବେଳେ ପ୍ରେମିକ ଦେଖାଇଲେ ଅସଲ ରୂପ। ୫ ଲକ୍ଷ ଟଙ୍କା ନେଇ ହୋଇଗଲେ ଫେରାର। ଶେଷରେ ପୀଡ଼ିତାଙ୍କ ଅଭିଯୋଗ ପରେ ଅଭିଯୁକ୍ତଙ୍କୁ ବାନ୍ଧିଛି କମିଶନରେଟ୍ ପୋଲିସ। କିଏ ଏହି ଅଭିଯୁକ୍ତ? କେମିତି ପ୍ରେମ ନାଁରେ ରଚିଥିଲେ ଠକେଇର ଜାଲ୍?

ଅଭିଯୁକ୍ତ ହେଉଛନ୍ତି ରାକେଶ କୁମାର ପାଢ଼ୀ I ରାକେଶ ଜଣେ ପ୍ରଡ୍ୟୁସର, ଆକ୍ଟର ସହ ଜଣେ ବ୍ୟବସାୟୀ ହୋଇଥିବା ତାଙ୍କ ସୋସିଆଲ ମିଡ଼ିଆରେ ସେ ମେନସନ କରିଛନ୍ତି। ରଘୁନାଥପୁର ଅଞ୍ଚଳରେ ଥିବା ଆପାର୍ଟମେଣ୍ଟରେ ସେ ରହୁଥିବା ବେଳେ ତାଙ୍କୁ ମଙ୍ଗଳବାର ରାତିରେ ଗିରଫ କରିଛି ପୋଲିସ। ତାଙ୍କ ଠାରୁ ମୋବାଇଲ ସହ ଦାମୀ ଜିନିଷ ଜବତ ହୋଇଛି । ଅଭିଯୁକ୍ତ ଘର କଟକ, ସେ ଭୁବନେଶ୍ୱରର ରଘୁନଥପୁର ଅଞ୍ଚଳରେ ରହୁଥିଲା। ପିଡିତାଙ୍କ ସହ ଏକ ପାର୍ଟିରେ ଦେଖା ହେବା ପରେ ସମ୍ପର୍କ ବଢିଥିଲା। ପରେ ଉଭୟଙ୍କ ସମ୍ପର୍କ ନିବିଡ଼ ମଧ୍ୟ ହୋଇଥିଲା। ଏହି ସୁଯୋଗରେ ବିବାହର ପ୍ରତାରଣା କରି ତାଙ୍କ ଠାରୁ ପର୍ଯ୍ୟାୟକ୍ରମେ ୫ଲକ୍ଷ ଟଙ୍କା ନେଇ ଆଉ ଧରାଛୁଆଁ ଦେଉନ ଥିଲେ। ଶେଷରେ ପିଡିତାଙ୍କ ଅଭିଯୋଗ ପରେ ତାଙ୍କୁ ଗିରଫ କରିଛି କମିଶନରେଟ ପୋଲିସ ।

Also Read- ମୃତ୍ୟୁ ଏମିତି ବି ଆସେ ! ମଞ୍ଚରେ ଟଳିପଡ଼ିଲେ ହନୁମାନ ଭୂମିକାରେ ଅଭିନୟ କରୁଥିବା କଳାକାର

ସୋସିଆଲ ମିଡିଆରେ ନିଜକୁ ପ୍ରଯୋଜକ, ଅଭିନେତା ଓ ବ୍ୟବସାୟୀ ବୋଲି ପରିଚୟ ଦେଉଥିବା ରାକେଶଙ୍କ ବିରୋଧରେ ଏବେ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଏହି ମାମଲାରେ ପୋଲିସ ତଦନ୍ତ ପରେ ଆଉ କେଉଁ ତଥ୍ୟ ସାମ୍ନାକୁ ଆସୁଛି, ତାହା ଉପରେ ଏବେ ନଜର।