ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ଵରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବରମୁଣ୍ଡା ଓଭରବ୍ରିଜରେ ଘଟିଥିବା ଦୁର୍ଘଟଣାରେ ତିନି ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ଜାତୀୟ ରାଜପଥରେ ଟ୍ରାଫିକ ଜାମ ଲାଗି ରହିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରୁଛନ୍ତି।

ଭୁବନେଶ୍ବ ରରସୁଲଗଡ଼ ପଟୁ  ଗୋଟିଏ ସ୍କୁଟି ଏବଂ ଅନ୍ୟ ଏକ ବାଇକ୍‌ରେ ୪ଜଣ ଆସୁଥିଲେ। ଫାୟାର ଷ୍ଟେସନ ସମ୍ମୁଖ ଓଭର ବ୍ରିଜ୍‌ ଉପରେ ପଛପଟରୁ ଆସୁଥିବା ଏକ ଟ୍ରକ୍‌ ଉଭୟ ବାଇକ୍‌ ଏବଂ ସ୍କୁଟିକୁ ଧକ୍କା ଦେଇଥିଲା। ଟ୍ରକଟି ୨ ଟି ଗାଡିକୁ ଏତେ ଜୋରରେ ଧକ୍କା ଦେଇଥିଲା ଯେ ବାଇକ ଓ ସ୍କୁଟି ଆରୋହୀ ୩ ଜଣଙ୍କ ଘଟଣାସ୍ଥଳରେ ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି।   ଦୁର୍ଘଟଣା ପରେ ଟ୍ରକଟି ଦ୍ରୁତ ଗତିରେ ଫେରାର ହୋଇ ଯାଇଛି।  

Also Read: ଢାବା ସାମ୍ନାରେ ଭୟଙ୍କର ଦୁର୍ଘଟଣା, ବସ୍ ଏବଂ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା

ଅଗ୍ନିଶମ ବାହିନୀ ଏବଂ ପୋଲିସ  ପହଞ୍ଚି  ସମସ୍ତଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ  ନେଇଥିଲେ। ସେଠାରେ ଗୁରୁତରଙ୍କର ଚିକିତ୍ସା ଜାରି ରହିଛି। ତେବେ ଦୁର୍ଘଟଣା ପରେ ଓଭରବ୍ରିଜ ଉପରେ  ଟ୍ରାଫିକ ଜାମ ହୋଇଥିଲା। ଦୀର୍ଘ ସମୟ ପର୍ଯ୍ୟନ୍ତ ଯାତାୟତ ଠପ୍‌ ରହିଥିଲା । ଟ୍ରାଫିକ ପୋଲିସ ଭିଡ ନିୟନ୍ତ୍ରଣ କରିବା ପରେ ଗାଡି ଚଳାଚଳ ସ୍ବାଭାବିକ ହୋଇଥିଲା। ତେବେ ମୃତକମାନଙ୍କ ପରିଚୟ ଏବେ ସୁଦ୍ଧା  ମିଳି ପାରି ନାହିଁ।