ଭଦ୍ରକ ୨୧।୦୩ : ଶନିବାର ଇଦ୍‌ । ପବିତ୍ର ଇଦ୍‌-ଉଲ୍‌-ଫିତର ଅବସରରେ ଭଦ୍ରକବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଭଦ୍ରକ ପୌରପାଳିକାର ପୌରାଧ୍ୟକ୍ଷା ଗୁଲମକ୍କି ହବିବି । ଭଦ୍ରକ ଜିଲ୍ଲାର ୧୪୬ଟି ମସ୍‌ଜିଦ୍‌ ଓ ଭଦ୍ରକ ସହରର ୪୫ଟି ମସ୍‌ଜିଦ୍‌ରେ ନମାଜ ପାଠ ହୋଇଛି ।ଶେଷରେ କୁଆଁସ ସ୍ଥିତ ଇଦ୍‌ଗାହ ଠାରେ ସାମୂହିକ ଭାବେ ନମାଜ ପାଠ ହୋଇଛି ।  ଏହି ଅବସରରେ ଭଦ୍ରକ ପୌରାଧ୍ୟକ୍ଷା କହିଛନ୍ତି ଯେ, ଇଦ୍‌ ସମସ୍ତଙ୍କ ମୁହଁରେ ହସ ଏବଂ ଖୁସି ଫୁଟାଇଦେଉ । ସମସ୍ତେ ମିଳିମିଶି ଏହି ପର୍ବକୁ ପାଳନ କରିବା । ଭାଇଚାରାର ସହର ଭଦ୍ରକରେ ସମସ୍ତେ ଏହାକୁ ମିଳିମିଶି ପାଳନ କରିବା ।ତେଣୁ ଇଦ୍ ଅବସରରେ ସମସ୍ତଙ୍କୁ ମୁଁ ଶୁଭେଚ୍ଛା ଜଣାଇଛନ୍ତି ।

Watch Video:-