ଭଦ୍ରକ: ଲଗାଣ ବର୍ଷା ଓ ଏହା ପରବର୍ତ୍ତୀ ବନ୍ୟା ଯୋଗୁ ରାଜ୍ୟର ଅନେକ ଜିଲ୍ଲାରେ ସ୍ଥିତି ବେହାର ହୋଇପଡ଼ିଛି। ଆଗକୁ ଆହୁରି ବର୍ଷା ସମ୍ଭାବନା ଥିବାରୁ ପ୍ରଶାସନିକ ସ୍ତରରେ ମଧ୍ୟ ମୁକାବିଲା ପ୍ରସ୍ତୁତି ଜାରି ରହିଛି। ଏହାରି ମଧ୍ୟରେ ଭଦ୍ରକ ଜିଲ୍ଲାରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ଏବଂ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଗୁରୁବାର ପାଇଁ ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ବେସରକାରୀ ବିଦ୍ୟାଳୟ ସହ ସମସ୍ତ ଅଙ୍ଗନବାଡି କେନ୍ଦ୍ରରେ ପାଠପଢ଼ା ସ୍ଥଗିତ ରଖିବାକୁ ଘୋଷଣା କରିଛନ୍ତି।

ତେବେ, ସମସ୍ତ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଅଣଶିକ୍ଷକ କର୍ମଚାରୀମାନେ ଯେକୌଣସି ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ସଜାଗ ରହିବେ ଏବଂ ପ୍ରଶାସନର ଆବଶ୍ୟକତା ଅନୁଯାୟୀ ସେମାନେ ତୁରନ୍ତ ଦାୟିତ୍ୱ ପାଳନ କରିବେ।

Also Read: ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ସରକାର ସଜାଗ, ମୁଖ୍ୟମନ୍ତ୍ରୀ କହିଲେ- ଭୟଭୀତ ହୁଅନ୍ତୁ ନାହିଁ