ଭଦ୍ରକ ୭।୧୨: ବିଜେଡି ଦଳର ବିଭୀଷଣଙ୍କ ପାଇଁ ଦଳ ଛାଡ଼ିଲି । ମୋ ବିରୋଧରେ ଅନାସ୍ଥା ଆଣିବା ପାଇଁ ବିଜେପି ସହ ସାଲିସ କରିଥିଲେ ବିଜେଡି ଦଳର ବିଭୀଷଣ । ବରିଷ୍ଠ ନେତୃତ୍ୱଙ୍କୁ ଅବଗତ କରିବା ପରେ ମଧ୍ୟ କେହି ବୁଝିଲେ ନାହିଁ । ସେଥିପାଇଁ ବିଜେପିରେ ସାମିଲ ହେଲେ ବୋଲି ବିସ୍ଫୋରକ ବୟାନ ଦେଇଛନ୍ତି ଭଦ୍ରକ ବ୍ଲକ ଅଧ୍ୟକ୍ଷା ଉର୍ମିଳା ନାୟକ ।

​​​​​​​

ଭଦ୍ରକ ବ୍ଲକ ଅଧ୍ୟକ୍ଷା ଉର୍ମିଳା ନାୟକ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି । ବିଜେପିରେ ସାମିଲ ପରେ ବିଜେଡି ବିରୋଧରେ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ, ବିଭୀଷଣ ଜଣକ ବିଜେପି ସହ ରହି ଅନାସ୍ଥା ପାଇଁ ଲାଗିଲେ ବୋଲି ଖବର ମିଳିଥିଲା । ମୋ ବିରୋଧରେ ନିର୍ବାଚନମଣ୍ଡଳୀର ସରପଞ୍ଚ ଓ ସମିତି ସଭ୍ୟଙ୍କୁ ମନ୍ତ୍ରଣା ଦେଉଥିଲେ ବୋଲି ଅଭିଯୋଗ ଆଣିଛନ୍ତି । ଏ ବିଷୟରେ ବିଜେଡି ଦଳର ବରିଷ୍ଠ ନେତୃତ୍ୱଙ୍କୁ ଅବଗତ କରିଥିଲୁ । କିନ୍ତୁ କେହି କିଛି ବୁଝିଲେ ନାହିଁ । ଏମିତି ସେ ଡକାଇଥିବା ବୈଠକକୁ ମୋତେ ଡାକିଲେ ନାହିଁ କ’ଣ ପାଇଁ ବୋଲି ସେ ପ୍ରଶ୍ନ କରିଛନ୍ତି ।