ବ୍ରହ୍ମପୁର ୧୭।୫: ଅପରାଧୀଙ୍କୁ ସାବାଡ଼ ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ପନ୍ଥା ଗ୍ରହଣ କରିଛି ପୋଲିସ । ଦୁର୍ଦ୍ଦାନ୍ତ ଅପରାଧୀ ଦିପୁନା ନାୟକଙ୍କୁ ପୋଲିସ ଏନକାଉଣ୍ଟର କରିଛି । କୀର୍ତ୍ତିପୁର ଠାରେ ପୋଲିସ ଅପରାଧୀଙ୍କୁ ଧରିବାକୁ ଯାଉଥିବା ବେଳେ ପୋଲିସ ଉପରକୁ ବୋମାମାଡ଼ କରିଥିଲେ । ପୋଲିସ ନିଜର ଆତ୍ମ ସୁରକ୍ଷା ପାଇଁ ଗୁଳି ଚଳାଇଥିଲା । ଦିପୁନାଙ୍କ ବାମ ଗୋଡ଼ରେ ବାଜିଛି ଗୁଳି । ଦିପୁନାଙ୍କ ନାମରେ ବିଭିନ୍ନ ଥାନାରେ ରହିଛି ଏକାଧିକ ମାମଲା ।

ଗୋପାଳପୁର ଓଭରବ୍ରିଜ୍ ଉପରୁ ଶ୍ୟାମ ବେହେରା ନାମକ ଜଣେ ଯୁବକଙ୍କୁ ତଳକୁ ଠେଲି ଦେଇଥିଲେ । ଶ୍ୟାମ ଏବେ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଛି । ଏହି ଘଟଣାରେ ପୋଲିସ ଦିପୁନାଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ତିନି ଜଣ ଫେରାର ଅଛନ୍ତି । ଫେରାର ଥିବା ତିନି ଜଣଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ବ୍ରହ୍ମପୁର ଏସ୍‌ପି ସୂଚନା ଦେଲେ ।

Also Read:- Ebola Outbreak: ବିଶେଷଜ୍ଞ କହିଲେ କେତେ ସୁରକ୍ଷିତ ଓଡ଼ିଶା ?

ଅପରାଧୀ ମାନେ ଅପରାଧିକ କାର୍ଯ୍ୟକଳାପ କରିବାକୁ ଯଦି ତତ୍ପର ହୁଅନ୍ତି ତେବେ ପୋଲିସ ଆହୁରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ବ୍ରହ୍ମପୁର ଏସ୍‌ପି କହିଛନ୍ତି ।