ଭୁବନେଶ୍ବର ୧୭।୫: ଆଫ୍ରିକୀୟ ଦେଶ କଙ୍ଗୋରେ ପୁଣି ଇବୋଲା କାୟା ବିସ୍ତାର କରିଛି । ଏପର୍ଯ୍ୟନ୍ତ ଅନେକ ଲୋକଙ୍କ ମୃତ୍ୟୁ ହେଲାଣି । କିନ୍ତୁ ଓଡ଼ିଶା ପାଇଁ କେତେ ବିପଦ ? କଙ୍ଗୋରୁ ଫେରୁଥିବା ଓଡ଼ିଆଙ୍କ ପାଇଁ ସରକାର କ’ଣ ପଦକ୍ଷେପ ନେଇଛନ୍ତି ? କଙ୍ଗୋର କାସାଇ ପ୍ରଦେଶରେ ନୂଆ ଇବୋଲା ଆଉଟବ୍ରେକ୍ ଘୋଷଣା ହୋଇଛି । WHO କହିଛି, ଏହା ମାରାତ୍ମକ Zaire ଷ୍ଟ୍ରେନ୍ । ଏପର୍ଯ୍ୟନ୍ତ ଅନେକ ଜଣ ଆକ୍ରାନ୍ତ ଚିହ୍ନଟ ହେବା ସହ କିଛି ଜଣଙ୍କ ମୃତ୍ୟୁ ହୋଇସାରିଛି । କଙ୍ଗୋ ସୀମାନ୍ତ ଉଗାଣ୍ଡା, ରୁୱାଣ୍ଡାକୁ ବି ଆଲର୍ଟ ଜାରି ହୋଇଛି । ଓଡ଼ିଶା ପାଇଁ ଚିନ୍ତାର କାରଣ ହେଉଛି, ପାଖାପାଖି ଅନେକ ଓଡ଼ିଆ କଙ୍ଗୋ ଓ ପଡ଼ୋଶୀ ଦେଶରେ କାମ କରନ୍ତି ।

Also Read:- Vigilance Raid : ସରକାରୀ ବାସଭବନରେ ନେଉଥିଲେ ଲାଞ୍ଚ, ଭିଜିଲାନ୍ସ ହାତରେ ଧରାପଡ଼ିଲେ JE

ତେବେ ବିଶେଷଜ୍ଞ କହୁଛନ୍ତି, ଇବୋଲା କୋଭିଡ୍ ଭଳି ବାୟୁରେ ବ୍ୟାପେନି । କେବଳ ଆକ୍ରାନ୍ତଙ୍କ ରକ୍ତ, ଝାଳ, ବାନ୍ତି, ଶରୀର ଫ୍ଲୁଇଡ୍ ସଂସ୍ପର୍ଶରେ ଆସିଲେ ବ୍ୟାପେ । କୋଭିଡ୍ ଭଳି କାଶ, ଛିଙ୍କରେ ବ୍ୟାପେନି । ଭାରତ ସରକାର ସବୁ ଆନ୍ତର୍ଜାତୀୟ ଏୟାରପୋର୍ଟରେ ଥର୍ମାଲ ସ୍କ୍ରିନିଂ ଓ ୨୧ ଦିନିଆ ସର୍ଭେଲାନ୍ସ ବାଧ୍ୟତାମୂଳକ କରିଛନ୍ତି । କଙ୍ଗୋ ଗଣତନ୍ତ୍ରର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଇବୋଲା ଆଉଟବ୍ରେକ୍ ଘୋଷଣା କରିଛି । ଏହା Zaire ଷ୍ଟ୍ରେନ, ଯାହା ସବୁଠୁ ମାରାତ୍ମକ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ଶ୍ରୀକାନ୍ତ ଧର କହିଛନ୍ତି ।