ନୂଆଦିଲ୍ଲୀ ୦୯।୦୪; ଭାରତରେ ଏପରି ଏକ ଷ୍ଟେସନ୍ ଅଛି। ଯାହାକି ଦୀର୍ଘ ୪୨ ବର୍ଷ ଧରି ବନ୍ଦ ପଡ଼ି ରହିଥିଲା । ଏହି ଷ୍ଟେସନ୍ଟି ପଶ୍ଚିମବଙ୍ଗ, ପୁରୁଳିଆ ଜିଲ୍ଲାରେ ଥିବା ବେଗୁନକୋଦର ଷ୍ଟେସନ୍ । ୧୯୬୦ରେ ଏହା ଆରମ୍ଭ ହୋଇଥିଲା । ୧୯୬୭ ମସିହାରେ ଏଠାରେ ନିଯୋଜିତ ଜଣ ଷ୍ଟେସନ୍ ମାଷ୍ଟର ରେଳଧାରଣାରେ ଏକ ପ୍ରେତାତ୍ମା ଦେଖିଥିବା କଥା କହିଥିଲେ । ହେଲେ ସେତେବଳେ କଥାକୁ କେହି ବିଶ୍ବାସ କଲେ ନାହିଁ । ଅନ୍ୟ କେତେଜଣ ମଧ୍ୟ ଏଭଳି କଥା କହିବାରୁ ଲୋକେ ଏହାକୁ ଗମ୍ଭୀରତାର ସହ ନେଲେ। ଏହାପରେ ସେହି ଷ୍ଟେସନ୍ ମାଷ୍ଟର ଓ ତାଙ୍କ ପରିବାର ଲୋକଙ୍କର ସନ୍ଦିଗ୍ଧ ଅବସ୍ଥାରେ ମୃତ୍ୟୁ ହୋଇଥିଲା।

ପ୍ରେତାତ୍ମା ଯୋଗୁଁ ଷ୍ଟେସନ୍ ମାଷ୍ଟର ଓ ତାଙ୍କ ପରିବାର ଲୋକଙ୍କ ମୃତ୍ୟୁ ହୋଇଗଲା ବୋଲି ସ୍ଥାନ ସ୍ଥାନୀୟ ଲୋକେ କହିବାକୁ ଲାଗିଲେ । ଏହାପରେ ଏଠାକାର ରେଳ କର୍ମଚାରୀମାନେ ସେହି ଷ୍ଟେସନ କାମ କରିବା ପାଇଁ ମନା କରିଦେଲେ। ଟ୍ରେନ୍ ଗୁଡ଼ିକ ମଧ୍ୟ ସେଠାରେ ଅଟକିବା ବନ୍ଦ କରିଦେଲା I ଏହି ଘଟଣା ରେଲୱେର ବଡ଼ ବଡ଼ ଅଧିକାରୀଙ୍କ ନିକଟରେ ମଧ୍ୟ ପହଞ୍ଚିଲା। ଅନେକ ବୁଝାସୁଝା ପରେ ବି ଏଠାରେ କୌଣସି କର୍ମଚାରୀ କାମ କରିବାକୁ ରାଜି ନଥିଲେ। ଟ୍ରେନଗୁଡ଼ିକ ଏହି ଷ୍ଟେସନ୍ ଅତିକ୍ରମ କଲା ବେଳେ ବେଗ ବଢ଼ାଇବା ସହ । ଯାତ୍ରୀମାନେ ଝରକା କବାଟ ଗୁଡ଼ିକୁ ବନ୍ଦ କରି ଦେଉଥିଲେ । ହେଲେ ଏହି କଥାରେ କେତେ ଦୂର ସତ୍ୟତା ଅଛି ତାହା କେହି ଜାଣନ୍ତି ନାହିଁ I ଦୀର୍ଘ ୪୨ ବର୍ଷ ଧରି ଏଠାରେ କୌଣସି ଟ୍ରେନ୍ ଅଟକି ନଥିଲା। ୨୦୦୯ ମସିହାରେ ଏହି ଷ୍ଟେସନ୍କୁ ପୁନର୍ବାର ଖୋଲାଯାଇଥିଲା ।

ହେଲେ ଲୋକଙ୍କ ମନରୁ ଏଯାଏଁ ଭୂତ ପ୍ରେତ ଭୟ ଯାଇନି । ଷ୍ଟେସନ୍ର ଆଖପାଖରେ ଥିବା ବିଲ୍ଡିଂ ଗୁଡ଼ିକ ଏବେ ବି ନିର୍ଜନ ହୋଇପଡ଼ିଛି। କେବଳ ଛୋଟ ଟିକେଟ କାଉଣ୍ଟରଟିଏ ରହିଛି। ଏଠାକୁ ଆସୁଥିବା ଲୋକେ ସଂଧା ସାଢ଼େ ୫ଟା ସୁଦ୍ଧା ଏହି ସ୍ଥାନ ଛାଡ଼ି ଚାଲି ଯାଆନ୍ତି I ଏହି ଷ୍ଟେସନ୍‌ ଆଖପାଖରେ କୌଣସି ଜନବସତି ନାହିଁ । କେବଳ ଯାହା ଧାନ କ୍ଷେତ ରହିଛି । ରାତିରେ ଷ୍ଟେସନରେ କାନ୍ଦିବା ଓ ଚିତ୍କାର ଶବ୍ଦ ଶୁଭୁଥିବା କଥା ମଧ୍ୟ ଲୋକେ କୁହନ୍ତି I

Also Read- ରୁଟି ସହିତ ଚିନି ମିଶେଇ ସ୍କୁଲକୁ ଆଣିଥିଲା କୁନି ପିଲା, ଏମିତି କଥା କହିଲେ ଶିକ୍ଷୟିତ୍ରୀ, ଆପଣଙ୍କୁ ବି ଭାବପ୍ରବଣ କରିଦେବ #Watch