ଭୁବନେଶ୍ବର: ଲଞ୍ଚ ହୋଇଛି ବିଡିଏର ସବୁଠୁ ବଡ଼ ପ୍ରୋଜେକ୍ଟ ଏକାମ୍ର ରେସିଡେନ୍ସି । ଏହି ପ୍ରୋଜେକ୍ଟ ପୂରା କରିବ ମଧ୍ୟବିତ୍ତ ସହରର ଘର ସ୍ବପ୍ନ। ବଡ଼ କଥା ହେଲା ପ୍ରୋଜେକ୍ଟକୁ ମିଳିସାରିଛି ଅକ୍ୟୁପେନ୍ସୀ ସାର୍ଟିଫିକେଟ୍ ମଧ୍ୟ ମିଳିସାରିଛି। ଖୁବ୍ ଶୀଘ୍ର ଲଟେରୀ ମାଧ୍ୟମରେ ଆବଣ୍ଟନ ହେବ। ସେପଟେ ଏକାମ୍ର ରେସିଡେନ୍ସି ସାଧାରଣ ଲୋକଙ୍କ ସ୍ୱପ୍ନ ପୂରଣ କରିବ ଏବଂ ସୁନ୍ଦର ଭୁବନେଶ୍ୱର ପାଇଁ BDAର ପ୍ରତିବଦ୍ଧତା ଅଛି ବୋଲି କହିଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର।

ସୂଚନା ନଅୁସାରେ, ଶୁବୁଦ୍ଧିପୁରଠାରେ ୭.୩୬ ଏକର ଜାଗାରେ ୩ଟି ଅତ୍ୟାଧୁନିକ B+G+12 ଟାୱାର ନିର୍ମାଣ ହୋଇଛି। ଏଥିରେ ମୋଟ ୭୦୪ଟି ଫ୍ଲାଟ ରହିଛି। ସେଥିମଧ୍ୟରୁ ୪୧୬ଟି 2 BHK ଏବଂ ୨୮୮ଟି 3BHK । ଏହା ବାଦ୍ ଅନ୍ୟାନ୍ୟ ସୁବିଧା ଯେପରିକି, ସ୍ୱିମିଂ ପୁଲ୍, ଜିମ୍, କମ୍ୟୁନିଟି ହଲ୍, ଜଗିଂ ଟ୍ରାକ୍, ବେସମେଣ୍ଟ ପାର୍କିଂ, CCTV ଭଳି ରେଡି ଟୁ ମୁଭ୍ ପ୍ରିମିୟମ୍ ସୁବିଧା ମଧ୍ୟ ରହିଛି। ଏହି ୧୨ ମହଲା କୋଠା ଭୂମିକମ୍ପ ନିରୋଧୀ।

Also Read: ଓଡ଼ିଶା ଲୋକଭବନକୁ ଗ୍ରୀନ୍ ବିଲ୍ଡିଂ ମାନ୍ୟତା, ଦେଶର ପ୍ରଥମ ଲୋକଭବନ ଭାବେ ଓଡ଼ିଶା ଲୋକଭବନକୁ ଗ୍ରୀନ୍ ବିଲ୍ଡିଂ ମାନ୍ୟତା

ତେବେ କେବଳ ଏକାମ୍ର ରେସିଡେନ୍ସି ନୁହେଁ, ୪୪ ତମ ପ୍ରତିଷ୍ଠା ଦିବସରେ ବିଡିଏର ଭବିଷ୍ୟତ ରୋଡ୍ ମ୍ୟାପ୍ ମଧ୍ୟ ସାମ୍ନାକୁ ଆସିଛି। ବିଡିଏ ଅଧୀନରେ ଅଛି ୫୬୮ଟି ରାଜସ୍ୱ ଗ୍ରାମ। ତେଣୁ ନୂଆ ଭୁବନେଶ୍ୱର ଗଢିବା ପାଇଁ ଦୁଇଟି ବଡ ସ୍କିମ୍ ଆସୁଛି - ନ୍ୟୁ ସିଟି ଏବଂ ବିଟିସି। ୭୮୮ ଏକର ଜମିରେ ନ୍ୟୁ ସିଟି ଛିଡ଼ା ହେବ। ଏହାଛଡା ୪୫ଟି TP ସ୍କିମ୍ ୧୫୯୬ ଏକର ଜମିରେ ଚାଲିଛି। ପିପି ମୋଡରେ ହାଉସିଂ ଫର୍ ଅଲ୍ ସ୍କିମ୍ ମଧ୍ୟ ଆରମ୍ଭ ହେବ।