ପାଟଣା ୨୩।୬: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗାସ୍ଥିତ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରେ ଗତ ଦୁଇ ଦିନ ଧରି ଲିଙ୍କ ଫେଲ ସମସ୍ୟା ଯୋଗୁଁ ଅସୁବିଧାରେ ପଡ଼ିଛନ୍ତି ଶତାଧିକ ଗ୍ରାହକ । ବ୍ୟାଙ୍କ ଫାଟକରେ ‘ନୋ ଲିଙ୍କ’ ବୋଲି ସୂଚନା ଫଳକ ଲଗାଯାଇଥିବା ବେଳେ ଟଙ୍କା ଉଠାଇବା ଓ ଜମା କରିବା ପାଇଁ ଆସିଥିବା ଗ୍ରାହକ ମାନେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ହନ୍ତସନ୍ତ ହେଉଛନ୍ତି । ବିଶେଷ କରି ଭତ୍ତା ଟଙ୍କା ଏବଂ ନିଜ ଜମା ରାଶି ଉଠାଇବାକୁ ଆସିଥିବା ବୃଦ୍ଧ ଓ ବୃଦ୍ଧାମାନେ ଅଧିକ ହଇରାଣ ହେଉଛନ୍ତି । ସମସ୍ୟାର ସମାଧାନ ପାଇଁ ଗ୍ରାହକମାନେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଦାବି କରିଥିବା ବେଳେ ମ୍ୟାନେଜରଙ୍କ ଅନୁପସ୍ଥିତିକୁ ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଛି ।

Also Read:- ରେଳ ଧାରଣାରୁ ଆଇନଜୀବୀଙ୍କ ମୃତଦେହ ଉଦ୍ଧାର, ହାତଲେଖା ଚିଠିରେ ଲେଖିଲେ..

ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ, ଏକ ଯାନ୍ତ୍ରିକ ତ୍ରୁଟି ଓ ମେସିନ ଖରାପ ହୋଇଯିବା କାରଣରୁ ଏହି ସମସ୍ୟା ଉପୁଜିଛି ଏବଂ ଶୀଘ୍ର ସେବା ସ୍ୱାଭାବିକ କରିବାକୁ ପଦକ୍ଷେପ ନିଆଯାଉଛି । ଲିଙ୍କ୍ ଫେଲ୍ ଫଳରେ ଟଙ୍କା ଉଠାଣ, ଜମା ପାଇଁ ପ୍ରତିଦିନ ଶହ ଶହ ଗ୍ରାହକ ବ୍ୟାଙ୍କକୁ ଆସୁଥିଲେ ମଧ୍ୟ ସେବା ନ ପାଇ ନିରାଶ ହୋଇ ଫେରୁଛନ୍ତି । ବିଶେଷ କରି ବୟସ୍କ ଭତ୍ତାଧାରୀ ମାନେ ନିଜ ପ୍ରାପ୍ୟ ଟଙ୍କା ଉଠାଇବା ପାଇଁ ଘଣ୍ଟା ଘଣ୍ଟା ଧରି ବ୍ୟାଙ୍କ ପରିସରରେ ଅପେକ୍ଷା କରୁଛନ୍ତି । ବ୍ୟାଙ୍କ ଫାଟକରେ ‘ନୋ ଲିଙ୍କ’ ସୂଚନା ଲଗାଯାଇଥିବା ସହ ଶାଖା ପ୍ରବନ୍ଧକଙ୍କ ଅନୁପସ୍ଥିତିକୁ ନେଇ ମଧ୍ୟ ଗ୍ରାହକ ମାନେ କ୍ଷୋଭ ପ୍ରକାଶ କରିଛନ୍ତି । ବ୍ୟାଙ୍କ କର୍ତ୍ତୃପକ୍ଷ ମେସିନ ଖରାପ ହୋଇଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା କହିଛନ୍ତି ।