ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ରବିବାର ଜେଦ୍ଦା, ଦମାମ ଓ ରିୟାଦକୁ ଯାତାୟାତ ହେଉଥିବା ଉଡାଣଗୁଡିକୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ନିଲମ୍ବିତ କରିଛି। ସେପଟେ ଡିସେମ୍ବର ୨ ତାରିଖରୁ ଏୟାରଇଣ୍ଡିଆଏକ୍ସପ୍ରେସ୍ ପର୍ଯ୍ୟାୟକ୍ରମେ ଜେଦ୍ଦା ଉଡାଣ ପୁଣି ଆରମ୍ଭ କରିବ। ତେବେ ରିୟାଦ ଓ ଦମାମକୁ ଯିବା ଆସିବା କରୁଥିବା ଏୟାର ଇଣ୍ଡିଆଏକ୍ସପ୍ରେସ୍ ବିମାନ ଉଡାଣ ଡିସେମ୍ବର ୩୧ ପର୍ଯ୍ୟନ୍ତ ନିଲମ୍ବିତ ରହିବ। ସାଉଦୀ ଆରବ ଉଡାଣ ଗତ ସପ୍ତହମାନଙ୍କରେ ସେଠାକାର ସୁରକ୍ଷା ସ୍ଥିତିକୁ ନେଇ ପ୍ରଭାବିତ ହୋଇଛି।

ସାଉଦୀ ଆରବର କିଛି ସହର ଓ ଭିତ୍ତିଭୂମି ଉପରେ ହୁତୀ ବିଦ୍ରୋହୀମାନେ ଆକ୍ରମଣ କରିଛନ୍ତି। ଏୟାରଇଣ୍ଡିଆ ଏକ୍ସ ରେ କରିଥିବା ଏକ ପୋଷ୍ଟରେ କହିଛି ଯେ ‘କ୍ଷେତ୍ରର ଏବେକା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜେଦ୍ଦା, ଦମାମ ଓ ରିୟାଦକୁ ଯାତାୟାତ କରୁଥିବା ଏୟାରଇଣ୍ଡିଆ ଉଡାଣ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ନିଲମ୍ବିତ ରହିବ’। ତେବେ ଏୟାରଇଣ୍ଡିଆ ଏକ୍ସପ୍ରେସ୍ ଏକ୍ସ ପୋଷ୍ଟରେ ଜେଦ୍ଦାଉଡାଣ ପର୍ଯ୍ୟାୟକ୍ରମେ ପୁଣି ଆରମ୍ଭ କରିବ ବୋଲି କହିଛି। ଇଣ୍ଡିଗୋ ଜେଦ୍ଦା ଓ ମଦିନା ଯାତାୟାତ କରୁଥିବା ପୁଣି ଥରେ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି।

ଇଣ୍ଡିଗୋ ଗତ ଶୁକ୍ରବାର ଏକ୍ସରେ କରିଥିବା ପୋଷ୍ଟରେ ଉଲ୍ଲେଖ କରିଥିଲା ଯେ ରିୟାଦ ଓ ଦମାମରୁ ଯାତାୟାତ କରୁଥିବା ଉଡାଣ ଡିସେମ୍ବର ୭ ପର୍ଯ୍ୟନ୍ତ ବାତିଲ ରହିବ। ତେବେ ଅକାସା ଏୟାର ଶନିବାର ଏକ୍ସ ପୋଷ୍ଟରେ ଉଲ୍ଲେଖ କରିଛି ଯେ ଜେଦ୍ଦା ସମ୍ପର୍କିତ ଉଡାଣ ୧୦ ଡିସେମ୍ବର ପର୍ଯ୍ୟନ୍ତ ଓ ରିୟାଦକୁ ବିମାନ ସେବା ଜାନୁୟାରୀ ୩୧ ପର୍ଯ୍ୟନ୍ତ ନିଲମ୍ବିତ ରହିବ।