BAN vs AUS 2nd ODI: ଇତିହାସ ରଚିଲା ବାଂଲାଦେଶ କ୍ରିକେଟ୍ ଟିମ୍। ପ୍ରଥମ ଥର ନିଜ ମାଟିରେ ଅଷ୍ଟ୍ରେଲିଆ ଦଳକୁ ଦିନିକିଆ ସିରିଜରେ ଧୂଳି ଚଟାଇଛି। ଏହା ପୂର୍ବରୁ ଅଷ୍ଟ୍ରେଲିଆ ପାକିସ୍ତାନ ମାଟିରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ହାରିଥିଲା। ଏବେ ବାଂଲାଦେଶ ଇତିହାସ ରଚି ଲଗାତାର କଙ୍ଗାରୁ ଦଳକୁ ଦିନିକିଆ ମ୍ୟାଚରେ ହରାଇଛି। ଢାକାର ଶେରେ ବାଂଲା ନ୍ୟାସନାଲ ଷ୍ଟାଡିୟମରେ ଖେଳା ଯାଇଥିବା ଦିନିକିଆ ସିରିଜର ଦ୍ଵିତୀୟ ମ୍ୟାଚରେ ବାଂଲାଦେଶ ଡିଏଲଏସ ନିୟମ ଅନୁଯାୟୀ ଅଷ୍ଟ୍ରେଲିଆକୁ ୫ ଓ୍ଵିକେଟରେ ହରାଇଛି।

ଅଷ୍ଟ୍ରେଲିଆ ବିପକ୍ଷରେ ବାଂଲାଦେଶର ଏହା ତୃତୀୟ ବିଜୟ। ଦୁଇ ଟିମ ମଧ୍ୟରେ ୧୯୯୦ରୁ ଦିନିକିଆ ମ୍ୟାଚ୍ ଖେଳା ଯାଉଛି। ବାଂଲାଦେଶ ପ୍ରଥମ ଥର ୨୦୦୫ରେ ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ମ୍ୟାଚ୍ ଜିତିଥିଲା। ଏହା ପରେ ଦଳକୁ ଦ୍ଵିତୀୟ ଦିନିକିଆ ଜିତିବା ପାଇଁ ଦୀର୍ଘ ୨୧ ବର୍ଷ ଅପେକ୍ଷା କରିବାକୁ ପଡ଼ିଥିଲା। ଚଳିତ ସିରିଜର ପ୍ରଥମ ମ୍ୟାଚରେ ଘରୋଇ ବାଂଲାଦେଶ ଅଷ୍ଟ୍ରେଲିଆକୁ ଡିଏଲଏସ ଆଧାରରେ ୮୬ ରନରେ ହରାଇଥିଲା। ଏବେ ଦ୍ଵିତୀୟ ମ୍ୟାଚରେ କଙ୍ଗାରୁକୁ ହରାଇ ସିରିଜ୍ ନିଜ ନାଁରେ କରିଛି।

Also Read: ବର୍ଷା ସାଜିଲା ଭିଲେନ୍, DLS ପଦ୍ଧତିରେ ଭାରତକୁ ୪ ରନରେ ହରାଇଲା ଆଫଗାନିସ୍ତାନ​​​​​​​

ମ୍ୟାଚର ସ୍ଥିତି

ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳର ଆରମ୍ଭ ବହୁତ ଖରାପ ଥିଲା। କଙ୍ଗାରୁ ଖାତା ଖୋଲିବା ପୂର୍ବରୁ ପ୍ରାରମ୍ଭିକ ୩ ଓ୍ଵିକେଟ୍ ହରାଇଥିଲା। ଶେଷରେ ଦଳ ୪୨ ଓଭରରେ ୮ ଓ୍ଵିକେଟ୍ ହରାଇ ୧୮୭ ରନ କରି ପାରିଥିଲା। ମାର୍ନସ ଲାବୁସେନ ଅପରାଜିତ ୫୫ ରନ କରିଥିବା ବେଳେ ଜାଭିଏର ବାର୍ଟଲେଟ୍ ୫୨ ରନ ଓ ଜୋଶ ଇଲିଂଶ ୩୪ ରନ କରିଥିଲେ।ତେବେ ୧୮୭ ରନ ସ୍କୋରରେ ବର୍ଷା ହେବାରୁ ଆଉ ଖେଳ ଆରମ୍ଭ ହୋଇ ପାରି ନ ଥିଲା।ବୋଲିଂରେ ବାଂଲାଦେଶ ପକ୍ଷରୁ ତସ୍କିନ ଅହମ୍ମଦ ଓ ମୁସ୍ତାଫିଜୁର ରେହମାନ ୩ଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ।

ବର୍ଷା କାରଣରୁ ବାଂଲାଦେଶକୁ ଡକଓ୍ଵର୍ଥ ଲୁଇସ ନିୟମ ଆଧାରରେ ୪୧ ଓଭରରେ ୧୯୨ ରନର ବିଜୟ ଲକ୍ଷ୍ୟ ମିଳିଥିଲା। ଜବାବରେ ଦଳ ୩୫ ଓଭରରେ ୫ ଓ୍ଵିକେଟ୍ ହରାଇ ୧୯୫ ରନ କରି ମ୍ୟାଚ୍ ଜିତି ନେଇଛି। ଦଳ ପକ୍ଷରୁ ସୌମ୍ୟ ସରକାର ସର୍ବାଧିକ ୪୨ ରନ, ତୋହିଡ ହୃଦୟ ଅପରାଜିତ ୪୦ ରନ ଓ ନଜମୁଲ ହୁସେନ ସାଣ୍ଟୋ ୪୧ ରନର ଉପଯୋଗୀ ଇନିଂସ ଖେଳି ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।