ବଲାଙ୍ଗୀର: ପ୍ରବଳ ଗ୍ରୀଷ୍ମ ପ୍ରବାହ ମଧ୍ୟରେ ବଲାଙ୍ଗୀର ସହରର ଲାଲ ଟିକ୍ରା ଗ୍ରୀଡ଼ ଠାରେ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ। ହଠାତ୍ ଗ୍ରୀଡ଼ ପରିସରରୁ ଧୂଆଁ ଓ ନିଆଁର ଶିଖା ଉଠୁଥିବା ଦେଖି ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିବାରେ ଲାଗିପଡ଼ିଛନ୍ତି।

ପ୍ରବଳ ଖରା ଓ ଉଚ୍ଚ ତାପମାତ୍ରା କାରଣରୁ ଟ୍ରାନ୍ସଫର୍ମର କିମ୍ବା ବିଦ୍ୟୁତ ଉପକରଣରେ ତ୍ରୁଟି ହୋଇ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଅଗ୍ନିକାଣ୍ଡ ପରେ କିଛି ସମୟ ପାଇଁ ବିଦ୍ୟୁତ ସରବରାହ ବ୍ୟାହତ ହୋଇଥିବା ସୂଚନା ମିଳିଛି। ତେବେ ଅଗ୍ନିକାଣ୍ଡରେ କେତେ କ୍ଷତି ହୋଇଛି ତାହା ସ୍ପଷ୍ଟ ହୋଇନଥିବା ବେଳେ, ସମ୍ପୃକ୍ତ ବିଭାଗ ଘଟଣାର ତଦନ୍ତ ଆରମ୍ଭ କରିଛି। ଘଟଣା ଟି ଆଜି ଅପରାହ୍ନ ୨ଟା ୩୦ମିନିଟ ସମୟରେ ଘଟିଥିବା ସୂଚନା। ତେବେ ଗତକାଲି ରାତିରେ ମଧ୍ୟ ସଦେଇପାଲି ଗ୍ରୀଡ଼ରେ ଟ୍ରାନ୍ସଫର୍ମରରେ ନିଆଁ ଲାଗିଥିଲା।

Also Read: ଅଇଁଠା ଦହିବରା ଡଷ୍ଟବିନ୍ ଗୋଟାଇ ବିକୁଛନ୍ତି ଦୋକାନୀ... ଧରା ପଡ଼ିଗଲା ପରେ...