କୋଇଡ଼ା ୧୬।୦୮ : ରାତିତମାମ୍ ପ୍ରବଳ ବର୍ଷା । ଭାଙ୍ଗିଗଲା ରାସ୍ତା ଏବଂ ପୋଲ । ସୁନ୍ଦରଗଡ଼ କୋଇଡ଼ା ବ୍ଲକ ସୋୟମ୍ବା ପଞ୍ଚାୟତ ବଡ଼ବିଲଜୋର ଗାଁର ମୁଖ୍ୟ ରାସ୍ତା ସଂପୂର୍ଣ୍ଣ ଭାବେ ଭାସିଯାଇଛି । ଯାହାଫଳରେ ଲୋକମାନେ ଯାତାୟତ ଠପ୍ ରହିଛି ।

ଶନିବାର ରାତିରୁ ବର୍ଷା ଲାଗିରହିଥିଲା । ଯାହାଫଳରେ ନଦୀର ଜଳସ୍ତର ବୃଦ୍ଧି ପାଇଥିଲା । ଏପିରିକି କୂଳ ଖାଇବା ମଧ୍ୟ ଆରମ୍ଭ ହୋଇଥିଲା । ଏହିକ୍ରମରେ ରାସ୍ତା ବଡ଼ବିଲଜୋର ଗାଁର ମୁଖ୍ୟ ରାସ୍ତା ସଂପୂର୍ଣ୍ଣ ଭାବେ ଭାଙ୍ଗିଯାଇଛି । ପ୍ରାୟ ୨୦-୨୫ ଫୁଟ୍ ଲମ୍ବା ଅଂଶ ଭାଙ୍ଗି ତଳକୁ ଖସିଯାଇଛି । ତେବେ ଗାଁରେ ମୁଖ୍ୟ ରାସ୍ତା ଭାଙ୍ଗିଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । କୌଣସି ଗାଡ଼ି, ବାଇକ, ଆମ୍ବୁଲାନ୍ସ ଯିବାଆସିବା କରିପାରୁନାହିଁ ।ଗାଁର ମୁଖ୍ୟ ରାସ୍ତା ଧୋଇଯିବାକୁ ଛାତ୍ରଛାତ୍ରୀଙ୍କ ପାଠ ପଢିବାକୁ ଯିବାରେ ମଧ୍ୟ ଅସୁବିଧା ହେଉଛି । ବଜାର, ଡାକ୍ତରଖାନା, ପଞ୍ଚାୟତ, ବ୍ଲକ ଅଫିସରେ କାମ ପାଇଁ ମଧ୍ୟ ଗ୍ରାମବାସୀମାନେ ଯାଇପାରୁନାହାନ୍ତି ।

Also Read:-ବିନା ସୂଚନାରେ ଖୋଲିଲେ ଡ୍ୟାମ୍‌ର ୪ଟି ଗେଟ୍, ଏବେ ପାଣି ଘେରରେ ଗାଁ ଲୋକ…

ସେପଟେ ରାସ୍ତାରେ ଏତେ ବଡ଼ ଘାଇ ହୋଇଥିବାରୁ, ତାକୁ ତୁରନ୍ତ ମରାମତି ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି । ନଚେତ୍ ଆଗକୁ ଆହୁରି ବଡ଼ ଅସୁବିଧା ହୋଇପାରେ ବୋଲି ଆଶଙ୍କା କରାଯାଉଛି ।

Watch Video:-