ବ୍ରହ୍ମପୁର: ବ୍ରହ୍ମପୁରରେ ପୁଣି ବେଆଇନ ଆଇପିଏଲ ବେଟିଂ ରାକେଟକୁ କାବୁ କଲା ବଡ଼ବଜାର ପୋଲିସ। ଏହି ବେଟିଂ ଚଳାଉଥିବା ଅଭିଯୋଗରେ ବଡ଼ବଜାର ଥାନା ଅଞ୍ଚଳ ଶାନ୍ତି ନଗର ଚତୁର୍ଥ ଲେନର ରଜନୀ ରଞ୍ଜନ ରାଉତ ନାମକ ଜଣେ ଯୁବକଙ୍କୁ ଗିରଫ କରିଛି ବଡ଼ବଜାର ପୋଲିସ। ସ୍କାଇ ଏକ୍ସଚେଞ୍ଜ ପ୍ଲାଟଫର୍ମରେ ବେଟିଂ ଚଳାଇଥିବା ବେଳେ ତାଙ୍କୁ କାବୁ କରିଛି ପୋଲିସ। ତାଙ୍କ ଠାରୁ ଦୁଇଟି ମୋବାଇଲ ଫୋନ ଓ ନଗଦ ୫୦, ୨୦୦ ଟଙ୍କା ଜବତ କରାଯାଇଥିବା ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି।

ସୂଚନାଥାଉକି, ଏହା ପୂର୍ବରୁ ଗତ ଏପ୍ରିଲ ୩୦ ତାରିଖରେ ଟାଉନ ଥାନା ଏବଂ ବଡବଜାର ଥାନା ଅଞ୍ଚଳରେ ଚାଲିଥିବା ବେଟିଂ ଅପରେସନରେ ମଧ୍ୟ ବ୍ରହ୍ମପୁର ପୋଲିସକୁ ସଫଳତା ମିଳିଥିଲା। ଏହି ମାମଲାରେ ଦୁଇ ଅଭିଯୁକ୍ତ ରୋହିତ ମହାନ୍ତି ଓ ବାଦଲ ଗୌଡ଼ଙ୍କୁ ପୋଲିସ ଗିରଫ କରିଛି।

Also Read: ଅନଲାଇନ୍ ବେଟିଂ ଉପରେ ବ୍ରହ୍ମପୁର ପୁଲିସର ଚଢାଉ, ୧୭ ଲକ୍ଷ ଟଙ୍କା ଫ୍ରିଜ୍

ଏପ୍ରିଲ ୨୯ରେ ରାତି ପ୍ରାୟ ୯ ଟା ୩୦ ସମୟରେ ପୋଲିସ ପେଟ୍ରୋଲିଙ୍ଗ ବେଳେ ବେଟିଂ ଚାଲିଥିବା ବେଳେ ପୋଲିସର ନଜରକୁ ଆସିଥିଲା। ଗାନ୍ଧୀ ନଗରର ସାଇ କମ୍ପ୍ଲେକ୍ସସ୍ଥିତ ସୁଭମ ମୋବାଇଲ୍ ଦୋକାନରେ ବେଆଇନ୍ ଅନଲାଇନ୍ ବାଜି କାର୍ଯ୍ୟକଳାପ ଚାଲିଥିବା ସମ୍ପର୍କରେ ବିଶ୍ଵସ୍ତ ସୂଚନା ପାଇ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଘଟଣାସ୍ଥଳରେ ଚଢାଉ କରି ଏମାନଙ୍କୁ ଧରିଥିଲା ପୋଲିସ।