ଭୁବନେଶ୍ୱର ୧୦।୦୫ : ଆଜି ବିଶ୍ୱ ଲୁପସ୍ ଦିବସ । ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନରେ ଏହି ଦିବସକୁ ସ୍ୱତନ୍ତ୍ର ଭାବେ ପାଳନ କରିଛି IMS ଓ SUM ହସ୍ପିଟାଲ | ଏଥିପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସଭା ବାଚସ୍ପତି ସୁରମା ପାଢୀ ଏବଂ ଭୁବନେଶ୍ୱର-ଏକାମ୍ର ବିଧାୟକ ବାବୁ ସିଂହ ଯୋଗ ଦେଇଛନ୍ତି। ଲୁପସ୍ ସମ୍ପୂର୍ଣ୍ଣ ଭଲ ହୁଏ ନାହିଁ, କିନ୍ତୁ ଠିକ୍ ସମୟରେ ଚିକିତ୍ସା, ସଠିକ୍ ଜୀବନଶୈଳୀ ଓ ସଚେତନତା ଦ୍ୱାରା ଏହାକୁ ନିୟନ୍ତ୍ରଣ କରି ସାଧାରଣ ଜୀବନ ବଞ୍ଚିହେବ | ପରିବାରର ସମର୍ଥନ ହିଁ ସବୁଠୁ ବଡ ଔଷଧ | ଲୁପସ୍ ନେଇ ଭୁଲ ଧାରଣା ଭାଙ୍ଗିବା ପାଇଁ ଅଭିଯାନ କରାଯାଇଛି | କାର୍ଯ୍ୟକ୍ରମରେ SUM ହସ୍ପିଟାଲ ସୁପରିନ୍ ଟେଣ୍ଡେଣ୍ଟ ପ୍ରଫେସର ଡାକ୍ତର. ପୁଷ୍ପରାଜ ସାମନ୍ତସିଂହାର ଏବଂ କ୍ଲିନିକାଲ୍ ଇମ୍ୟୁନୋଲୋଜି ଓ ରୁମାଟୋଲୋଜି ବିଭାଗ ମୁଖ୍ୟ ପ୍ରଦୀପ୍ତ ପାତ୍ର ଯୋଗ ଦେଇଥିଲେ ।

Watch Video :-