ସିଡନୀ,୩୧ /୦୩ଆମେରିକା ଇସ୍ରାଏଲ୍ ଏବଂ ଇରାନ ମଧ୍ୟରେ ସଂଘର୍ଷ ଯୋଗୁ ମଧ୍ୟପ୍ରାଚ୍ୟରେ ଉତ୍ତେଜନାମୂଳକ ସ୍ଥିତି ରହିଛି । ଆମେରିକା-ଇସ୍ରାଏଲ୍ ପକ୍ଷରୁ ଇରାନ ଉପରେ ଆକ୍ରମଣ ଜାରି ଥିବାବେଳେ ଜବାବରେ ମଧ୍ୟପ୍ରାଚ୍ୟରେ ଥିବା ଆମେରିକୀୟ ସମ୍ପତ୍ତି ଏବଂ ସେନାଘାଟିକୁ ଟାର୍ଗେଟ୍ କରୁଛି ଇରାନ ।

ଇତି ମଧ୍ୟରେ ଇରାନ ବିରୋଧରେ ଆମେରିକାର ଏହି କାର୍ଯ୍ୟାନୁଷ୍ଠାନ ପଛର ରଣନୈତିକ ଉଦ୍ଦେଶ୍ୟ ନେଇ ପ୍ରଶ୍ନ ଉଠୁଛି । ଆମେରିକୀୟ କଂଗ୍ରେସ ପରେ ଏବେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜ୍ ଯୁଦ୍ଧର ଲକ୍ଷ୍ୟ କଣ ତାହା ଟ୍ରମ୍ପ ସ୍ପଷ୍ଟ କରନ୍ତୁ ବୋଲି କହିଛନ୍ତି ।

​​​​​​​Also Read :-ଷ୍ଟ୍ରେଟ୍ ଅଫ୍ ହର୍ମୋଜ ଖୋଲିବନି ଆମେରିକା, ଯୁଦ୍ଧ ଜିତିବା ପ୍ରଥମ ଲକ୍ଷ୍ୟ : ଟ୍ରମ୍ପଙ୍କ ବୟାନକୁ ନେଇ ଚର୍ଚ୍ଚା

ଆଲବାନିଜଙ୍କ ଅନୁସାରେସେ ଯୁଦ୍ଧର ଉଦ୍ଦେଶ୍ୟ ଏବଂ ଏହାକୁ କେଉଁ ଦିଗରେ ନିଆଯାଉଛି ସେ ସଂପର୍କରେ ଅଧିକ ସୁନିଶ୍ଚିତ ହେବାକୁ ଚାହୁଁଛନ୍ତି । ଏଥିସହ ଉତ୍ତେଜନା କମ୍ କରିବାର ଆବଶ୍ୟକତା ଉପରେ ବି ସେ ଜୋର ଦେଇଛନ୍ତି । ୟୁଏଇର ଅନୁରୋଧକ୍ରମେ ଦେଶର ସୁରକ୍ଷା ଲାଗି ଅଷ୍ଟ୍ରେଲିଆ ନିଜ ବିମାନ ମୁତୟନ କରିଛି । କିନ୍ତୁ ହୋର୍ମୁଜ ପ୍ରଣାଳୀକୁ ପୁଣି ଥରେ ଖୋଲିବାକୁ ନୌସେନା ପଠାଇବାକୁ ଏହା ମନା କରିଛି ।

ସୂଚନାଥାଉକି,ଏହା ପୂର୍ବରୁ ଟ୍ରମ୍ପ ହୋର୍ମୁଜ ପ୍ରଣାଳୀ ଖୋଲିବାକୁ ଅନ୍ୟ ଦେଶଙ୍କୁ ଯୁଦ୍ଧଜାହାଜ ପଠାଇବାକୁ ଆହ୍ୱାନ କରିଥିଲେ । କିନ୍ତୁ ତାଙ୍କୁ ନାଟୋ ଦେଶ କିମ୍ବା ୟୁରୋପରୁ କୌଣସି ସହାୟତା ମିଳିନାହିଁ ।