ନ୍ୟୁୟର୍କ,୩୧ /୦୩ଆମେରିକା ପଛକୁ ହଟୁନି । ଇରାନ ଉପରେ ଘନ ଘନ ଆକ୍ରମଣ କରୁଛି । ଇରାନ ମାଟିରେ ସାମରିକ ଅଭିଯାନ ଆରମ୍ଭ କରିବା ନେଇ ଗ୍ରୀନ୍ ସିଗନାଲ୍ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ । ତେବେ ଏସବୁ ଭିତରେ ଷ୍ଟ୍ରେଟ୍ ଅଫ୍ ହର୍ମୋଜକୁ ନେଇ ବଡ କଥା କହିଛନ୍ତି ୟୁଏସ ପ୍ରେସିଡେଣ୍ଟ୍ ।

ଟ୍ରମ୍ପ୍ କହିଛନ୍ତି ଯେ, ସେ ଇରାନ ବିରୋଧରେ ଚାଲିଥିବା ଯୁଦ୍ଧକୁ ସାରିବାକୁ ଚାହୁଁଛନ୍ତି । ଷ୍ଟ୍ରେଟ୍ ଅଫ୍ ହର୍ମୋଜକୁ ଇରାନ ବନ୍ଦ କରିଥିଲେ ମଧ୍ୟ ଯୁଦ୍ଧ ଶେଷ ହେବ । ଏପରିକି ଏହି ଷ୍ଟ୍ରେଟ୍ କୁ ନଖୋଲି ଆମେରିକା ଯୁଦ୍ଧ ଜିତିଯିବ ବୋଲି ପ୍ରକାଶ କରିଛନ୍ତି । ଏନେଇ ଦି ଓ୍ୱାଲ୍ ଷ୍ଟ୍ରିଟ୍ ଅଫ୍ ଜର୍ଣ୍ଣାଲ ପକ୍ଷରୁ ରିପୋର୍ଟ ମଧ୍ୟ ପ୍ରକାଶ ପାଇଛି ।

ଇରାନ ବିରୋଧରେ ଯୁଦ୍ଧ ଆରମ୍ଭ ହେଲା ପରେ ତେହେରାନ ପ୍ରଥମେ ଷ୍ଟ୍ରେଟ୍ ଅଫ୍ ହର୍ମୋଜକୁ ବନ୍ଦ କରିଦେଇଛି । ଶତ୍ରୁ ଜାହାଜ ଉପରେ ଆକ୍ରମଣ କରୁଛି । କେବଳ ନିର୍ଦ୍ଦିଷ୍ଟ ଦେଶକୁ ଏଠାରେ ଜାହାଜ ଚଳାଚଳ ପାଇଁ ଅନୁମତି ମିଳିଛି । ଫଳରେ ଏସିଆର ଅନେକ ଦେଶରେ ଶକ୍ତି ସଙ୍କଟ ଦେଖାଦେଇଛି । ଭାରତ ମଧ୍ୟ ଅଳ୍ପବହୁତ ପ୍ରଭାବିତ ହୋଇଛି ।

ଏହି ସମୟରେ ଟ୍ରମ୍ପଙ୍କ ବୟାନ ଗୁରୁତ୍ୱ ବହନ କରୁଛି । ସେ ପରୋକ୍ଷରେ କହିବାକୁ ଚାହିଁଛନ୍ତି ଯେ, ଷ୍ଟ୍ରେଟ୍ ଅଫ୍ ହର୍ମୋଜ ଖୋଲିବା ଏବେ ଆମେରିକାର ପ୍ରାଥମିକତା ନୁହେଁ । ଏହାକୁ ସେ ପରେ ବି ଖୋଲିପାରିବେ । ଆଗ ଯୁଦ୍ଧ ଜିତିବା ସେମାନଙ୍କ ଲକ୍ଷ୍ୟ ବୋଲି ସଙ୍କେତ ଦେଇଛନ୍ତି ୟୁଏସ୍ ପ୍ରେସିଡେଣ୍ଟ୍ ।

ନେତନ୍ୟାହୁ ଦେଇଛନ୍ତି ଧମକ

ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ କହିଛନ୍ତି ଯେ, ଯୁଦ୍ଧ କେବେ ସରିବ କିଛି କହିହେବ ନାହିଁ । କୌଣସି ଦିନ ଧାର୍ଯ୍ୟ ହୋଇନି । ସେମାନେ ଯାହା ଟାର୍ଗେଟ୍ କରିଥିଲେ ଅଧା ହାସଲ କରିସାରିଲେଣି । ଏବେ ଅଧା ରାସ୍ତାରେ ଯୁଦ୍ଧ ଅଛି । ଆଉ ଅଧା ଟାର୍ଗେଟ୍ ବାକି ରହିଛି । ନେତନ୍ୟାହୁଙ୍କ ଏହି ବୟାନ ଇସ୍ରାଏଲର ଇରାନ ଉପରେ ବିଜୟକୁ ସୂଚାଉଛି। ଅର୍ଥାତ ସେମାନେ ଯାହାଯୋଜନା କରୁଥିଲେ ସେଥିରେ ସଳ ହେଉଛନ୍ତି ।

Also Read :-ଔଷଧ ନେଇ ଭାରତ ଆସିଥାନ୍ତା ଏରୋପ୍ଲେନ୍, ମିସାଇଲ୍ ମାଡ କରି ନଷ୍ଟ କରିଦେଲା ଆମେରିକା ! ଇରାନ ଆଣିଲା ସଙ୍ଗୀନ ଅଭିଯୋଗ

ସେ ଆହୁରି କହିଛନ୍ତି ଯେ, ସେମାନେ ଇରାନ ସେନାର ହଜାରରୁ ଅଧିକ ଅଧିକାରୀଙ୍କୁ ନିପାତ କରିଛନ୍ତି । ଟପ୍ ଲିଡର୍ ପ୍ରାଣ ହରାଇଛନ୍ତି । ଆମେରିକା ଏବଂ ଇସ୍ରାଏଲ ଏବେ ଯୁଦ୍ଧର ଅନ୍ତିମ ପର୍ଯ୍ୟାୟରେ ପହଁଚିଛନ୍ତି । ତେହେରାନର ନ୍ୟୁକ୍ଲିଅର୍ ପ୍ଲାଣ୍ଟ୍ ସମେତ ଅନେକ ଶକ୍ତି କେନ୍ଦ୍ରକୁ ଧ୍ୱଂସ କରାଯାଇଛି । କେବଳ ଯୁଦ୍ଧ ଜିତିବା ସେମାନଙ୍କ ଲକ୍ଷ୍ୟ ନୁହେଁ । ଇରାନର ସରକାରର ପତନ ମଧ୍ୟ ସେମାନଙ୍କ ଲକ୍ଷ୍ୟ । ଇରାନର ସମସ୍ତ ସାମରିକ ଶକ୍ତିକୁ ଛାରଖାର କରିବା ଇସ୍ରାଏଲରଟାର୍ଗେଟ୍ରହିଛି ।