ନୂଆଦିଲ୍ଲୀ: ଆର୍ଥିକ ବର୍ଷର ଆରମ୍ଭ ଅର୍ଥାତ ଏପ୍ରିଲ ୧ ତାରିଖରୁ ବଦଳିଯିବ ଏଟିଏମ ନିୟମ। କେବଳ ଏଟିଏମ ହିଁ ନୁହେଁ ବ୍ୟାଙ୍କ କିଛି ସେବା ପାଇଁ ଏବେ ଅଧିକ ଚାର୍ଜ ବି ଦେବାକୁ ପଡ଼ିବ। କାରଣ ଦେଶର ବିଭିନ୍ନ ବ୍ୟାଙ୍କ୍ ସେମାନଙ୍କର ଏଟିଏମ ବ୍ୟବହାର ଏବଂ ବିଭିନ୍ନ ଫି ଚାର୍ଜ ନିୟମରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଫଳରେ ଗ୍ରାହକଙ୍କୁ ଏଟିଏମରୁ ଟଙ୍କା ଉଠାଣ, ଟ୍ରାଞ୍ଜାକ୍ସନ ଚାର୍ଜ ଅଧିକ ଦେବାକୁ ପଡ଼ିପାରେ। 

HDFC ବ୍ୟାଙ୍କ ATM ନିୟମରେ ପରିର୍ତ୍ତନ

HDFC ବ୍ୟାଙ୍କର ସୂଚନା ଅନୁସାରେ, ଏଣିକି ବ୍ୟାଙ୍କ ଗ୍ରାହକ ATMରୁ UPI ଦ୍ବାରା ନଗଦ ଟଙ୍କା ଉଠାଉଥିଲେ ଏଥିପାଇଁ ଅତିରିକ୍ତ ଚାର୍ଜ ଦେବାକୁ ପଡ଼ିପାରେ। ଏହା ମାସିକ ଆଧାରରେ ହେବ। ଅର୍ଥାତ ଯଦି କେହି ଗ୍ରାହକ ମାସକୁ ୟୁପିଆଇ ମାଧ୍ୟମରେ ଟଙ୍କା ଉଠାଣର ଲିମିଟ ପାର୍ କରିଥିଲେ ହିଁ ଅତିରିକ୍ତ ଚାର୍ଜ ଦେବାକୁ ପଡ଼ିବ।

ବ୍ୟାଙ୍କର ସୂଚନା ଅନୁସାରେ, ଗ୍ରାହକ ୟୁପିଆଇ ଦ୍ବାରା ଏଟିଏମରୁ ଟଙ୍କା ଉଠାଣ ଲିମିଟ୍ ପାର୍ କଲେ ଅତିରିକ୍ତ ୨୩ ଟଙ୍କା ଦେବାକୁ ପଡ଼ିବ। ବର୍ତ୍ତମାନ ଅଧିକାଂଶ ଗ୍ରାହକ HDFC ବ୍ୟାଙ୍କ ATMରୁ ପ୍ରତି ମାସରେ ୫ ଥର ମାଗଣାରେ ଟଙ୍କା ଉଠାଇ ପାରୁଛନ୍ତି। ମେଟ୍ରୋ ସହରରେ ତିନି ଏବଂ ଅଣ-ମେଟ୍ରୋ ଅଞ୍ଚଳରେ ଅନ୍ୟ ବ୍ୟାଙ୍କର ATMରେ ପାଞ୍ଚ ଥର ମାଗଣା ଟଙ୍କା ଉଠାଣ ଉଠାଇପାରୁଛନ୍ତି। ହେଲେ ଏପ୍ରିଲ ୧ରୁ ଏହି ଲିମିଟ୍ ପାର୍ କଲେ ଗ୍ରାହକଙ୍କୁ ଅତିରିକ୍ତ ଚାର୍ଜ ଦେବାକୁ ପଡ଼ିବ।

Also Read: LPG ବୁକିଂ ସମୟରେ ବଡ଼ ପରିବର୍ତ୍ତନ, ଏବେ ଏତିକି ଘଣ୍ଟା ଭିତରେ ସିଲିଣ୍ଡର ବୁକ୍ କରିପାରିବେ ଉପଭୋକ୍ତା

ସରକାରୀ ବ୍ୟାଙ୍କର ATM ନିୟମରେ ବି ପରିବର୍ତ୍ତନ

ସେହିଭଳି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ମଧ୍ୟ କିଛି ଡେବିଟ୍ କାର୍ଡ ପାଇଁ ଦୈନିକ ନଗଦ ଉଠାଣ ସୀମାକୁ ସଂଶୋଧନ କରିଛି। ନୂଆ ନିୟମ ଅନୁସାରେ, ଗ୍ରାହକମାନେ ସେମାନଙ୍କ କାର୍ଡ ଅନୁସାରେ ପ୍ରତିଦିନ ୫୦ ହଜାରରୁ ୭୫ ହଜାର ଟଙ୍କା ପର୍ଯ୍ୟନ୍ତ ଉଠାଇ ପାରିବେ। ପୂର୍ବରୁ ୧,୦୦,୦୦୦ ଟଙ୍କା ପର୍ଯ୍ୟନ୍ତ ଉଠାଣ ପାଇଁ ଅନୁମତି ଦେଉଥିବା କିଛି କାର୍ଡର ସୀମା ଏବେ ହ୍ରାସ କରାଯିବ।

ତେବେ ଏସବୁ ଭିତରେ ଏହି ପରିବର୍ତ୍ତନ ନଗଦ ବ୍ୟବହାର ଉପରେ ନିୟନ୍ତ୍ରିତ କରି ଡିଜିଟାଲ୍ ବ୍ୟାଙ୍କିଂର ବ୍ୟାପକତାକୁ ଦର୍ଶାଉଛି। ଏମିତିରେ ଅତିରିକ୍ତ ଶୁଳ୍କରୁ ବର୍ତ୍ତିବା ପାଇଁ ଗ୍ରାହକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।