ଆଠଗଡ଼ ୨୯।୧: କାମରେ ଅବହେଳା କରୁଥିଲେ । ବାରମ୍ବାର ଆସିଥିଲା ଅଭିଯୋଗ । ହେଲେ ବି ସୁଧୁରିନଥିଲେ । ଯୋଉ ଢ଼ିଲାକୁ ସେଇ ଢ଼ିଲା । ଶେଷରେ ହେଲା କାର୍ଯ୍ୟାନୁଷ୍ଠାନ । କର୍ତ୍ତବ୍ୟରେ ଅବହେଳା ପାଇଁ ଆଠଗଡ଼ ଥାନାର ସବ୍ ଇନ୍ସପେକ୍ଟର ସମ୍ଭୁତି ପଣ୍ଡା ନିଲମ୍ବିତ ହୋଇଛନ୍ତି । ଏସ୍‌ଆଇଙ୍କୁ ନିଲମ୍ବିତ କରିଛନ୍ତି କଟକ ଗ୍ରାମାଞ୍ଚଳ ଏସ୍‌ପି ।ନିଲମ୍ବନ ପରେ ତାଙ୍କୁ କଟକ ଗ୍ରାମାଞ୍ଚଳ ଏସ୍‌ପିଙ୍କ କାର୍ଯ୍ୟାଳୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

​​​​​​​

ସୂଚନାଯୋଗ୍ୟ ଯେ, ଆଠଗଡ଼ ଥାନାର ସବ୍‌ ଇନ୍ସପେକ୍ଟର ସମ୍ଭୁତି ପଣ୍ଡା କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରୁଥିବା ନେଇ ଅଭିଯୋଗ ହୋଇଥିଲା । କିଛି ଦିନ ତଳେ ଆଠଗଡ଼ ଥାନା ଆଇଆଇସି ସୁମନ୍ତି ମହାନ୍ତି କଟକ ଗ୍ରାମାଞ୍ଚଳ ଏସ୍‌ପିଙ୍କ ନିକଟରେ ଏ ନେଇ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ଗ୍ରାମାଞ୍ଚଳ ଏସ୍‌ପି ବିନିତ୍ ଅଗ୍ରୱାଲ ଏହାର ବିଚାର କରିଥିଲେ । ବିଚାର ପରେ ଅଭିଯୋଗରେ ସତ୍ୟତା ଥିବା କଟକ ଗ୍ରାମାଞ୍ଚଳ ଏସ୍‌ପି ଜାଣିବାକୁ ପାଇଥିଲେ । ଶେଷରେ ଏସ୍‌ଆଇ ସମ୍ଭୁତି ପଣ୍ଡାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିବା ସୂଚନା ମିଳିଛି । ନିଲମ୍ବନ ପରେ ତାଙ୍କୁ କଟକ ଗ୍ରାମାଞ୍ଚଳ ଏସ୍‌ପିଙ୍କ କାର୍ଯ୍ୟାଳୟରେ ଯୋଗ ଦେବାକୁ କଟକ ଗ୍ରାମାଞ୍ଚଳ ଏସ୍‌ପି ବିନିତ୍ ଅଗ୍ରୱାଲ ନିର୍ଦ୍ଦେଶ ଦେଇଛନ୍ତି ।