ନୂଆଦିଲ୍ଲୀ: ଅସ୍କାର ରେଡ୍ କାର୍ପେଟରେ ଝଲକିଲା ଭାରତୀୟ କାରିଗରୀର ଚମତ୍କାରିତା। ଅଳଙ୍କାର କମ୍ପାନି ସ୍ବଦେଶ ପକ୍ଷରୁ ନିର୍ମିତ ଅଳଙ୍କାର ପିନ୍ଧି ଅସ୍କାର ଷ୍ଟେଜ ଚଢ଼ିଲେ ହଲିଉଡ ଅଭିନେତ୍ରୀ ବ୍ରାଣ୍ଡି କାର୍ଲାଇଲ୍ ଏବଂ କ୍ୟାଥେରିନ୍ ସେଫର୍ଡ ।

ବ୍ରାଣ୍ଡି କାର୍ଲାଇଲ୍ ଏକ ସୂର୍ଯ୍ୟମୁଖୀ ଫୁଲ ଆକାରର ପେଟାଲ୍ ପ୍ରିଜ୍ମ ବ୍ରୁଚ୍ ପିନ୍ଧିଥିଲେ। ସୁନା ତିଆରି ହୋଇଥିବା ଏହି ବ୍ରୁଚରେ ଖୁବ୍ ସୁକ୍ଷ୍ମ କାରୁକାର୍ଯ୍ୟ ମାଧ୍ୟମରେ ହୀରା ଖଚିତ କରାଯାଇଛି। ଯେପରି ଏଥିରେ ଆଲୋକ ପଡ଼ିଲେ ଏହାକୁ ଖୁବ୍ ଉଜ୍ଜ୍ବଳ ଦେଖାଯିବ। ତେଲେଙ୍ଗାନାର କାରିଗରଙ୍କୁ ଏହାକୁ ପ୍ରସ୍ତୁତ କରିବାକୁ ୧୦୦ ଘଣ୍ଟାର ଅଧିକ ପରିଶ୍ରମ ଲାଗିଥିଲା। ସେହିଭଳି କ୍ୟାଥେରିନ୍ ସେଫର୍ଡ ହାତରେ ତିଆରି ଏକ ଉତ୍କୃଷ୍ଟ ହୀରା ହାର ପିନ୍ଧିଥିଲେ। ଏହି ହୀରା ହାର ଭିକ୍ଟୋରିଆନ୍-ଯୁଗର ସୂକ୍ଷ୍ମ ବିବରଣୀ ସହ ମିଶି ଏହାକୁ ଏକ ପ୍ରାଚୀନ ଆକର୍ଷଣ ପ୍ରଦାନ କରୁଛି।ସ୍ବଦେଶର ଭାବନାରୁ ପ୍ରେରିତ ଏହି ଅଳଙ୍କାର ଭାରତର ସମୃଦ୍ଧ ଶିଳ୍ପକଳାର ପରମ୍ପରାର ସମ୍ମାନ ଦେଉଛି। ଏହା ସେହି ଶିଳ୍ପକାରଙ୍କ ନିପୁଣତାର ପ୍ରମାଣ, ଯେଉଁମାନେ ଦାମୀ ସାମଗ୍ରୀକୁ କଳାରେ ପରିବର୍ତ୍ତିତ କରୁଛନ୍ତି।

ସେହିଭଳି ଅସ୍କାର ରେଡ୍ କାର୍ପେଟ ଲ ରୋଚ ପିନ୍ଧିଥିବା ଏକ ଅଳଙ୍କାର ମଧ୍ୟ ବେଶ୍‌ ଆକର୍ଷଣୀ ହୋଇଥିଲା। ସେ ପିନ୍ଧିଥିବା ବ୍ରୋଚ ଆର୍ଟ ଡେକୋ ଯୁଗର ଅନୁପ୍ରାଣିତ। ଏହା ମୁମ୍ବାଇରେ ‘ସ୍ବଦେଶ’ର ଫ୍ଲାଗସିପ୍ ଷ୍ଟୋରର ପ୍ରତୀକାତ୍ମକ ଇରୋସ୍ ବିଲଡିଂର ସ୍ଥାପତ୍ୟକୁ ପ୍ରତିଫଳିତ କରୁଛି। ସୁନାରେ ତିଆରି ଏହି ଅଳଙ୍କାରରେ ପ୍ରତ୍ୟେକ ହୀରାକୁ ସୂକ୍ଷ୍ମ କାରୁକାର୍ଯ୍ୟରେ ହାତରେ ତିଆରି କରାଯାଇଛି। ଯାହା ଭାରତର ଅଳଙ୍କାର କାରିଗରଙ୍କ ଧୈର୍ଯ୍ୟ ଏବଂ ପିଢ଼ିଗତ ଦକ୍ଷତାକୁ ଦର୍ଶାଉଛି।