ନୂଆଦିଲ୍ଲୀ: ଶନିବାର ରୁଷର ବଶକୋର୍ଟୋସ୍ତାନ ରିପବ୍ଲିକ୍ରେ ଏକ ଭୟଙ୍କର ଘଟଣା ଘଟିଛି। ଏଠାରେ ଜଣେ ଦୁର୍ବୃତ୍ତର ଛୁରାମାଡ଼ରେ ଆହତ ହୋଇଛନ୍ତି ୮ ଜଣ। ଯେଉଁଥିରେ ଜଣେ ଭାରତୀ ନାଗରିକ ମଧ୍ୟ ଥିବା ଜଣାପଡ଼ିଛି। ବଡ଼ କଥା ହେଲା ଆକ୍ରମଣକାରୀ ଜଣେ ନାବାଳକ।

ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଜଣେ ନାବାଳକ ଏକ ଛୁରୀ ଧରି ଏକ ମେଡିକାଲ ବିଶ୍ୱବିଦ୍ୟାଳୟର ବିଦେଶୀ ଛାତ୍ର ହଷ୍ଟେଲର ସ୍ପୋର୍ଟସ୍ ହଲରେ ପ୍ରବେଶ କରି ସେଠାରେ ରହୁଥିବା ଛାତ୍ରମାନଙ୍କୁ ଆକ୍ରମଣ କରିଥିଲା।

ରୁଷର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟର ମୁଖପାତ୍ର ମେଜର ଜେନେରାଲ ଇରିନା ଭୋଲ୍କ କହିଛନ୍ତି, "ଆକ୍ରମଣକାରୀ ଗିରଫଦାରୀକୁ ପ୍ରତିରୋଧ କରିବା ସହ ଦୁଇ ଜଣ ପୋଲିସ ଅଧିକାରୀଙ୍କୁ ମଧ୍ୟ ଛୁରାମାଡ଼ କରିଥିଳଶ। ଏହା ବ୍ୟତୀତ, ସନ୍ଦିଗ୍ଧ ବ୍ୟକ୍ତି ନିଜକୁ ମଧ୍ୟ ଶାରୀରିକ କ୍ଷତି ପହଞ୍ଚାଇଥିଲେ।"

ଟେଲିଗ୍ରାମ ଚ୍ୟାନେଲ ୧୧୨ ଅନୁସାରେ, ପ୍ରତ୍ୟକ୍ଷଦର୍ଶୀଙ୍କ କହିଛନ୍ତି ପୀଡ଼ିତଙ୍କ ମଧ୍ୟରୁ ଅତି କମ୍ରେ ଜଣେ ଭାରତୀୟ ଅଛନ୍ତି। ଦୁଇଜଣ ଆକ୍ରମଣକାରୀଙ୍କ ମଧ୍ୟରେ ଜଣେ ୧୫ ବର୍ଷୀୟ ନାବାଳକ ଭାବରେ ଚିହ୍ନଟ ହୋଇଛି। ତାକୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଶିଶୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଚାରି ଛାତ୍ର ଏବଂ ଦୁଇ ପୋଲିସ ଅଧିକାରୀଙ୍କୁ ସ୍ଥାନୀୟ କ୍ଲିନିକାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।