ଭଦ୍ରକ: ଭଦ୍ରକ ଛପୁଲିଆ ବାଇପାସଠାରେ ଖୋଲିବାକୁ ଯାଉଛି ଅରୁନ୍ଧତୀ ଜୁଏଲର୍ସର ନୂଆ ଶୋ’ରୁମ୍। ଆସନ୍ତା ୨୭ ସେପ୍ଟେମ୍ବର ୨୦୨୫ ସକାଳ ୧୧ ଘଟିକାରେ ଭଦ୍ରକରେ ଅରୁନ୍ଧତୀ ଜୁଏଲର୍ସର ଏହି ନୂଆ ଶୋ’ରୁମ ପ୍ରତିଷ୍ଠା ହେବ । ଅରୁନ୍ଧତୀ ଜୁଏଲର୍ସର ନୂଆ ଶୋ’ରୁମକୁ ସ୍ୱତନ୍ତ୍ର ଭାବେ ଡିଜାଇନ କରାଯାଇଛି, ଯାହାକି ୫୦୦୦ ବର୍ଗଫୁଟ, ଦୁଇ ମହଲା ବିଶିଷ୍ଟ ଏହି ଶୋ’ରୁମରେ ଗ୍ରାହକଙ୍କ ବିଭିନ୍ନ ରୁଚିକୁ ଧ୍ୟାନରେ ରଖି ବିଶ୍ୱସ୍ତରୀୟ ଡିଜାଇନର ଦ୍ୱାରା ପ୍ରସ୍ତୁତ କରାଯାଇଥିବା ୧୦,୦୦୦ ରୁ ଉର୍ଦ୍ଧ୍ୱ ଅତ୍ୟାଧୁନିକ ଡିଜାଇନର ଗହଣା ଉପଲବ୍ଧ ରହିବ।

ଏନେଇ ଅରୁନ୍ଧତୀ ଜୁଏଲର୍ସର ପ୍ରତିଷ୍ଠାତା ବ୍ରହ୍ମାନନ୍ଦ ମେହେର ସୂଚନା ଦେଇ କହିଛନ୍ତି, ଦୀର୍ଘ ୨୭ ବର୍ଷର ଅତୁଟ ଭରସା ଓ ବିଶ୍ୱାସକୁ ଆଧାର କରି, ଭଦ୍ରକର ରତ୍ନଗର୍ଭା ମାଟି ଭଦ୍ରକାଳୀ ଏବଂ ବାବା ଆଖଣ୍ଡଳମଣିଙ୍କ ଅପାର କରୁଣା ଓ ପବିତ୍ର ଆଶୀର୍ବାଦରୁ ଭଦ୍ରକ ଓଡିଶାର ସର୍ବବୃହତ ଓ ସର୍ବଶ୍ରେଷ୍ଠ ଜୁଏଲାରୀ ବ୍ରାଣ୍ଡ ଅରୁନ୍ଧତୀ ଜୁଏଲର୍ସ ଆରମ୍ଭ କରିବାକୁ ଯାଉଛି ଏହାର ନୂତନ ଅତ୍ୟାଧୁନିକ ଶୋ’ରୁମ ।

ଉଚ୍ଚ ପାରଦର୍ଶିତା ଓ ଅତ୍ୟାଧୁନିକତାର ସମ୍ମିଶ୍ରଣରେ ୨୦୧୬ରେ ଥିବା ପ୍ରତିଟି ସୁନା ଓ ହୀରା ଅଳଙ୍କାର ସମ୍ପୂର୍ଣ୍ଣ HUID ହଲମାର୍କ ଯୁକ୍ତ ହେବା ସହ , ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ନୂଆ ଡିଜାଇନ ଏବଂ ବ୍ରାଇଡଲ କଲେକ୍ସନ ସିରିଜ ଗୁଡିକର ଏକ ଅପୂର୍ବ ସମ୍ଭାର ମଧ୍ୟ ଉପଲବ୍ଧ ରହିବ। ଏହାସହ ଅରୁନ୍ଧତୀ ଜୁଏଲର୍ସ ବର୍ତ୍ତମାନ ସମସ୍ତ ଭଦ୍ରକ ବାସୀଙ୍କୁ ରୋଜଗାର ସହିତ ବିଶ୍ୱସ୍ତ ଜୁଏଲାରୀ ବ୍ରାଣ୍ଡ ଭାବରେ ନିଜର "5 STAR PROMISE" ର ଭରସାଯୋଗ୍ୟ ସେବା ଯୋଗାଇ ଦେବ।

ଏହି ଖୁସିର ଉତ୍ସବମୟ ପରିପ୍ରେକ୍ଷୀରେ ଅରୁନ୍ଧତୀ ଜୁଏଲର୍ସର ପ୍ରତିଷ୍ଠାତା ଓ ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ବ୍ରହ୍ମାନନ୍ଦ ମେହେର ନିଜର ବାର୍ତ୍ତା ପ୍ରଦାନ କରି କହିଛନ୍ତି ଯେ, "୨୭ ବର୍ଷର ଏହି ଯାତ୍ରା ଆମର ନୁହେଁ ବରଂ ଏହା ଆମ ଗ୍ରାହକଙ୍କ ଭରସା ଓ ଭଲପାଇବାର ଯାତ୍ରା । ଏହିପରି ସମସ୍ତ ଗ୍ରାହକମାନେ ଅରୁନ୍ଧତୀର ସାନ୍ନିଧ୍ୟ ପୂର୍ଣ୍ଣ ସମ୍ପୂର୍ଣ୍ଣ ସ୍ୱର୍ଣ ଉପଭୋକ୍ତା ଅର୍ଥାତ ଗୋଲ୍ଡ ସାଭିଙ୍ଗ୍ସ ଓ ଗୋଲ୍ଡ ପ୍ଲସ ଭଳି ଦୁଇଟି ବିଶେଷ ଲାଭଦାୟକ ଯୋଜନାର ଲାଭ ମଧ୍ୟ ଉଠାଇପାରିବେ । ଏହି ବର୍ଷର ଭବ୍ୟ ମହାସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିବେ ଓଲିଉଡର ଲୋକପ୍ରିୟ ନାୟିକା ତଥା ଅରୁନ୍ଧତୀ ଜୁଏଲର୍ସର ବ୍ରାଣ୍ଡ ଆମ୍ବାସଡର 'ଅର୍ଚ୍ଚିତା ସାହୁ' ଓ 'ଶିବାନୀ ସଙ୍ଗୀତା' ।

Also Read: ବଡ଼ ଚାକିରି ଛାଡ଼ି ଚାଷ କରୁଛନ୍ତି ଏମବିଏ ଗ୍ରାଜୁଏଟ୍, କ୍ୟାଫ୍ସିକମ୍ ଫାର୍ମିଂ କଲା କୋଟିପତି

୨୭ ବର୍ଷ ଧରି ଆମ ସହ ରହିଥିବା କୋଟିକୋଟି ଓଡ଼ିଆ ଗ୍ରାହକ ଆମ ପରିବାରର ଏକ ଅଂଶ। ଆମେ ଏହି ଯାତ୍ରାର ସଫଳତାକୁ ନେଇ ବହୁତ ଖୁସି। ଗ୍ରାହକଙ୍କ ଭରସା। ଭଦ୍ରକରେ ଆମର ନୂଆ ଶୋ’ରୁମ ଆରମ୍ଭ କରିବା ଆମ ପାଇଁ କେବଳ ବ୍ୟବସାୟ ବିସ୍ତାର ନୁହେଁ; ଏହା ଆମର ୨୭ ବର୍ଷର ଭରସାର ଯାତ୍ରାର ଏକ ନୂଆ ସହରରେ ଲେଖିବାର ଅବସର। ଆମେ ବିଶ୍ୱାସ କରୁ ଯେ ଅଳଙ୍କାର କେବଳ ଏକ ମୂଲ୍ୟବାନ ଧାତୁ ନୁହେଁ; ଏହା ପବିତ୍ର ବନ୍ଧନ ଆଉ ଭାବନା, ସମ୍ପର୍କ, ପରମ୍ପରା ଓ ସ୍ମୃତି ସହ ଯୋଡିଥାଏ। ପ୍ରତ୍ୟେକ ଗ୍ରାହକଙ୍କ ଆବେଗିକତା ଓ ଭରସାକୁ ଆମେ ସର୍ବଦା ପ୍ରାଥମିକତା ଦେଇଛୁ। ଭଦ୍ରକବାସୀଙ୍କୁ ମଧ୍ୟ ଆମର ଏହି ୨୭ ବର୍ଷର ଅନୁଭବ, ସେବା ଓ ଭରସାର ପରମ୍ପରା ସହ ଯୋଡ଼ିବା ଆମର ଲକ୍ଷ୍ୟ ବୋଲି କହିଛନ୍ତି ପ୍ରତିଷ୍ଠାତା।

ଭଦ୍ରକବାସୀଙ୍କ ପାଇଁ ଏହି ଶୁଭାରମ୍ଭକୁ ଏକ ସ୍ମରଣୀୟ ମୁହୂର୍ତ୍ତରେ ପରିଣତ କରିବା ପାଇଁ ଅରୁନ୍ଧତୀ ତରଫରୁ ଏକ ବିଶେଷ 'ଲାଭ ଉତ୍ସବ' ଘୋଷଣା କରାଯାଇଛି:

- ପ୍ଲାଟିନମ, ହୀରା ଏବଂ ରୁପା ଗହଣାର ମଜୁରୀ ଉପରେ ଫ୍ଲାଟ ୫୦% ରିହାତି।

- ମନପସନ୍ଦ ଅଳଙ୍କାର କ୍ରୟ ସହିତ ସମ୍ପୂର୍ଣ୍ଣ ମାଗଣା ୮୦ ଗ୍ରାମ ରୂପା ପାଇବା ସହ ବିଜେତାଙ୍କ ମଧ୍ୟରେ 'ଲକ୍ଷପତି' ହେବାର ଏକ ସୁବର୍ଣ୍ଣ ସୁଯୋଗ।

- ଏହା ସହିତ ପ୍ରତ୍ୟେକ ଅଳଙ୍କାର କ୍ରୟ ଉପରେ ସୁନିଶ୍ଚିତ ଆକର୍ଷଣୀୟ ଉପହାର ମଧ୍ୟ ମିଳିବ।