ଭୁବନେଶ୍ବର ୩।୧୨: ବଢୁଛି ଜଙ୍ଗଲ ନିଆଁ । ଏଆଇ ଜଙ୍ଗଲ ନିଆଁ ରୋକିବ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି । ମନ୍ତ୍ରୀ କହିଛନ୍ତି, ଜଙ୍ଗଲ ନିଆଁକୁ ଟ୍ରାକିଙ୍ଗ କରୁଛି ଜିପିଏସ । ମାଟିର ଉର୍ବରତା ପାଇଁ ଘଞ୍ଚ ଜଙ୍ଗଲରେ ନିଆଁ ଲଗାଯାଉଛି ।

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, କିଛି ସ୍ଥାନରେ ଆଦିବାସୀ ମାନେ ଜଙ୍ଗଲରେ ନିଆଁ ଲଗାଇଥାନ୍ତି । ମକର ପରେ ପରେ ନିଜ ଜମିର ଉର୍ବରତା ବଢାଇବା ପାଇଁ ସେମାନେ ଜଙ୍ଗଲ ପୋଡ଼ିଥାନ୍ତି । ଏବେ ଜିପିଏସ ସିଷ୍ଟମ ଦ୍ୱାରା ନିଆଁକୁ ଟ୍ରକିଂ କରାଯାଉଛି । ଆଧୁନିକ ଜ୍ଞାନ କୌଶଳ ଏଆଇର ବ୍ୟବହାର କରାଯାଇ ଜଙ୍ଗଲ ନିଆଁକୁ ରୋକାଯାଇ ପାରୁଛି ଏବଂ ଶିକାରୀଙ୍କୁ ମଧ୍ୟ ରୋକାଯାଇ ପାରୁଛି । ଜୀବଜନ୍ତୁଙ୍କ ମୃତ୍ୟୁ ହାର କମିଛି, ଘଞ୍ଚ ଜଙ୍ଗଲରେ ନିଆଁ କମିଛି ବୋଲି ମନ୍ତ୍ରୀ କହିଛନ୍ତି ।