ରାୟପୁରଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ରାୟପୁରର ସହିଦ ବୀର ନାରାୟଣ ସିଂହ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଉଛି। ଟିମ୍ ଇଣ୍ଡିଆ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। କିନ୍ତୁ ଆଜିର ମ୍ୟାଚ୍ ଭାରତୀୟ ଦ୍ରୁତ ବୋଲର ଅର୍ଶଦୀପ ସିଂହଙ୍କ ପାଇଁ ଚ୍ୟାଲେଞ୍ଜିଂ ସାବ୍ୟସ୍ତ ହୋଇଥିଲା। ନ୍ୟୁଜିଲାଣ୍ଡର ଓପନର ବ୍ୟାଟର ଡେଭନ୍ କନୱେ ଅର୍ଶଦୀପଙ୍କ ପ୍ରଥମ ଓଭରରେଛକ୍କା, ଚୌକା ବର୍ଷା କରି ପ୍ରବଳ ସ୍କୋର କରିଥିଲେ। ଫଳରେ ଅର୍ଶଦୀପଙ୍କ ନାଁରେ ଏକ ଖରାପ ରେକର୍ଡ ଯୋଡି ହୋଯାଇଛି।

ଅର୍ଶଦୀପ ସିଂହଙ୍କ ନାଁରେ ଲଜ୍ଜାଜନକ ରେକର୍ଡ

ମ୍ୟାଚ୍ ଆରମ୍ଭରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଅର୍ଶଦୀପ ସିଂହଙ୍କୁ ନୂଆ ବଲ୍ ଧରାଇ ଥିଲେ। ହେଲେ ଅର୍ଶଦୀପ ତାଙ୍କର ପ୍ରଥମ ଓଭରରେ ୧୮ ରନ୍ ଦେଇ ଦେଲେ। ଡେଭନ୍ କନୱେ ୩ଟି ଚୌକା ଓ ଗୋଟିଏ ଛକ୍କା ମାରି ଅର୍ଶଦୀପ ସିଂହଙ୍କ ବଲ୍କୁ ନିର୍ଦ୍ଧୁ ଛେଚିଥିଲେ। ଏହି ଓଭରରେ ଏକ ମିସ୍ ଫିଲ୍ଡିଂ ମଧ୍ୟ ହୋଇଥିଲା,ଯାହା ତାଙ୍କୁ ମହଙ୍ଗା ପଡ଼ିଥିଲା।ଏହି ଗୋଟିଏ ଭୁଲ ପାଇଁ ଅର୍ଶଦୀପ ସିଂହଙ୍କ ନାଁରେ ସବୁଠାରୁ ଖରାପ ରେକର୍ଡ ଯୋଡ଼ି ହୋଇଯାଇଛି।ଅର୍ଶଦୀପ ସିଂହଙ୍କ ନାଁ ଟି-୨୦ ମ୍ୟାଚ୍ରେ ଭାରତ ପାଇଁ ପ୍ରଥମ ଓଭରରେ ସର୍ବାଧିକ ରନ୍ ଦେଇଥିବା ବୋଲରଙ୍କ ତାଲିକାରେ ଯୋଡି ହୋଇଯାଇଛି।

ଏହି ତାଲିକାରେ ଅର୍ଶଦୀପ ସିଂହ ଭୁବନେଶ୍ୱର କୁମାରଙ୍କ ଖରାପ ରେକର୍ଡର ସମକକ୍ଷ ହୋଇଛନ୍ତି। ଭୁବନେଶ୍ୱର କୁମାର ମଧ୍ୟ ୨୦୨୨ ମସିହାରେ ଆୟରଲ୍ୟାଣ୍ଡ ବିପକ୍ଷରେ ତାଙ୍କ ପ୍ରଥମ ଓଭରରେ ୧୮ ରନ୍ ଦେଇଥିଲେ। ସେହିପରି ରବିଚନ୍ଦ୍ରନ୍ ଅଶ୍ୱିନ ୧୭ ରନ ଦେଇ ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ମହମ୍ମଦ ଶାମି ମଧ୍ୟ ଟି୨୦ ମ୍ୟାଚ୍ର ପ୍ରଥମ ଓଭରରେ ଦୁଇଥର ୧୭ ରନ୍ ଦେଇଛନ୍ତି।

ଦ୍ୱିତୀୟ ଓଭରରେଫେଲ୍ ମାରିଥିଲେ ଅର୍ଶଦୀପ

ଆଜିର ମ୍ୟାଚ୍ରେ ଅର୍ଶଦୀପଙ୍କ ଖରାପ ପ୍ରଦର୍ଶନ ଦ୍ୱିତୀୟ ଓଭରରେ ବି ଜାରି ରହିଥିଲା। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ତାଙ୍କୁ ପାୱାରପ୍ଲେରେ ଦ୍ୱିତୀୟ ଓଭର ଦେଇଥିଲେ,କିନ୍ତୁ ଟିମ୍ ସେଫର୍ଟ ଏହି ଓଭରରେ ଲଗାତାର ୪ଟି ଚୌକା ମାରି ଅର୍ଶଦୀପଙ୍କ ଉପରେ ଚାପ ସୃଷ୍ଟି କରିଥିଲେ।ଏହିପରି,ତାଙ୍କର ପ୍ରଥମ ଦୁଇଟି ଓଭରରେ ଅର୍ଶଦୀପ ମୋଟ ୩୬ ରନ୍ ଦେଇଥିଲେ। ଓପନିଂ ବୋଲିଂ ଅର୍ଶଦୀପ ୱିକେଟ ନିଅନ୍ତି ବୋଲି ଟିମ୍ର ଧାରଣା ଥିଲା। ହେଲେ ଆଜି ଦୃଶ୍ୟ ସମ୍ପୂର୍ଣ୍ଣ ଓଲଟି ଯାଇଥିଲା।