ନ୍ୟୁଜର୍ସି: ଫିଫା ୱାର୍ଲଡକପ୍ ଫାଇନାଲର ପ୍ରଥମ ଗୋଲ ୧୦୬ତମ ମିନିଟ୍ ରେ ହୋଇଛି। ତେବେ ମ୍ୟାଚ୍ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଷ୍ଟାଡିୟମରେ ସ୍ପେନର ଦବଦବା ଥିଲା। ସ୍ପେନ ପ୍ରଥମ ମଧ୍ୟାନ୍ତର ସୁଦ୍ଧା ଆର୍ଜେଣ୍ଟିନାକୁ ଗୋଲ କରିବା ପାଇଁ ଗୋଟିଏ ବି ସୁଯୋଗ ଦେଇ ନଥିଲା। ଦ୍ୱିତୀୟ ମଧ୍ୟାନ୍ତର ପରେ ମେସିଙ୍କ ଟିମ୍ ଯଦିଓ ଉଦ୍ୟମ କରିଥିଲା ତେବେ ସ୍ପେନ୍ ଆକ୍ରମଣ ଲାଗି ଆଦୌ ସୁଯୋଗ ଦେଇନଥିଲା। ସେହିପରି ଫାଇନାଲ ସିଟି ବାଜିବା ପରେ ମଧ୍ୟ ବିବାଦ ଥମିନଥିଲା। ଆର୍ଜେଣ୍ଟିନା ମିଡ୍ ଫିଲ୍ଡର ଲିଏଣ୍ଡ୍ରୋ ପେରେଡେସ୍ ହାରିବା ପରେ ନିଜକୁ ନିୟନ୍ତ୍ରିତ ରଖି ପାରିନଥିଲେ ସ୍ପେନ ଖେଳାଳିଙ୍କ ସହ ମାରପିଟ କରୁଥିବା ଦେଖାଯାଇଥିଲେ।

ଏବେ ମିଳୁଥିବା ଖବରରୁ ଫିଫା ଏହି ଘଟଣାର ସଂଜ୍ଞାନ ନେଇଥିବା ଜଣାପଡିଛି ଓ ସେ ଆର୍ଜେଣ୍ଟିନା ଖେଳାଳିଙ୍କ ମାରପିଟ ଘଟଣାର ଯାଞ୍ଚ କରିବେ ବୋଲି କହିଛନ୍ତି। ଫାଇନାଲ ମ୍ୟାଚ୍ ର ଶେଷ ହ୍ୱିସିଲ ବାଜିବା ପରେ ଆର୍ଜେଣ୍ଟିନାର ଡିଫେଣ୍ଡର ନହୁଏଲ ମୋଲିନା ସ୍ପେନର ଜନୈକ ଖେଳାଳିଙ୍କ ପେଟକୁ ମୁଥ ମାରିଥିଲେ। ସେହିପରି ମିଡ ଫିଲ୍ଡର ପେରେଡେସଙ୍କୁ ସ୍ପେନର ଏରେକ ଗାର୍ସିଆଙ୍କ ଗଳା ଧରି ଧକ୍କା ଦେଉଥିବା ଦେଖା ଯାଇଛି, ଏହାପରେ ଆର୍ଜେଣ୍ଟିନା ହେଡ କୋଚ୍ ମଝିରେ ପଶି ସେମାନଙ୍କୁ ଅଲଗା କରିଥିଲେ।

ଗାର୍ସିଆଙ୍କ ସହ ଝଗଡା ବ୍ୟତୀତ ପେରେଡେସ୍ ଗାଭିଙ୍କୁ ତଳେ ପକାଇଦେଇଥିଲେ ଓ ତାଙ୍କ ମୁହଁରେ ହାତ ରଖି ଧକ୍କା ଦେଇଥିଲେ। ଏହି ସମୟରେ ମୋଲିନା ରୋଡ୍ରିଙ୍କୁ ମୁଥ ମାରିବାକୁ ଉଦ୍ୟମ କରିଥିଲେ। ସ୍କାଇ ନ୍ୟୁଜ୍ ର ଏକ ରିପୋର୍ଟ ଅନୁସାରେ ଫାଇନାଲ ମ୍ୟେଚ୍ ପରେ ଫିଫା ଆର୍ଜେଣ୍ଟିନାର ବ୍ୟବହାର ଯାଞ୍ଚ କରିବେ। ମ୍ୟାଚ୍ ପରେ ମାରପିଟ୍ ଘଟଣା ଲାଗି ଲିଏଣ୍ଡ୍ରୋ ପେରେଡେସ୍ ଙ୍କୁ ରେଡ କାର୍ଡ ଦିଆଯାଇଛି। ଆର୍ଜେଣ୍ଟିନା ବିରୋଧରେ ଆଉ ଏକ ଲଜ୍ଜାଜନକ ଅଭିଯୋଗ ମଧ୍ୟ ହୋଇଛି। ତାହା ହେଉଛି ଯେତେବେଳେ ୱାର୍ଲଡ ଚାମ୍ପିୟନ ସ୍ପେନୀୟ ଖେଳାଳି ନିଜର ୱାର୍ଲଡକପ ମେଡାଲ ନେଉଥିଲେ ସେତେବେଳେ ଆର୍ଜେଣ୍ଟିନା ଖେଳାଳି ସେ ଆଡକୁ ପିଠି କରି ଛିଡା ହୋଇଥିଲେ।

‘ଟକ୍ ସ୍ପୋର୍ଟସ୍’ ରିପୋର୍ଟ ଅନୁସାରେ ଯେତେବେଳେ ସ୍ପେନୀୟ ଖେଳାଳି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ନିଜ ଟ୍ରଫି ନେଉଥିଲେ ସେତେବେଳେ ଇଂଲଣ୍ଡର ଦିଗ୍ଗଜ ଖେଳାଳି ଷ୍ଟୁଅର୍ଟ ପିୟର୍ସ ଆର୍ଜେଣ୍ଟିନା ଖେଳାଳିଙ୍କୁ ଦେଖୁଥିଲେ। ପିୟର୍ସ କହିଛନ୍ତି ଯେତେବେଳେ ସ୍ପେନ ନିଜ ଟ୍ରଫି ଉଠାଉଥିଲା ସେତେବେଳେ ଆର୍ଜେଣ୍ଟିନାର ସବୁ ଖେଳାଳି ଟ୍ରଫି ଆଡକୁ ପିଠି କରି ଛିଡା ହୋଇଥିଲେ।