ନୂଆଦିଲ୍ଲୀ ୧୬।୦୮; ଅନୁରାଗ କଶ୍ୟପ ତାଙ୍କ ବ୍ୟକ୍ତିଗତ ଜୀବନରେ ଅନେକ ଉତ୍ଥାନ-ପତନର ସମ୍ମୁଖୀନ ହୋଇଛନ୍ତି। ସେ ଦୁଇଥର ବିବାହ କରିଛନ୍ତି ଏବଂ ଗତ କିଛି ବର୍ଷ ଧରି ସେ ତାଙ୍କ ଠାରୁ ୨୦ ବର୍ଷ ସାନ ଶୁଭ୍ରା ଶେଟ୍ଟୀଙ୍କ ସହ ପ୍ରେମ ସମ୍ପର୍କରେ ଅଛନ୍ତି। ନିର୍ଦ୍ଦେଶକ ଏବେ ତୃତୀୟ ବିବାହ କରିବା ବିଷୟରେ ମୁହଁ ଖୋଲିଛନ୍ତି। ଏକ ସାକ୍ଷାତକାରରେ, ସେ ତାଙ୍କ ସମ୍ପର୍କ ବିଷୟରେ ଖୋଲିକି କଥା ହେବା ସହ ଶୁଭ୍ରାଙ୍କ ସହିତ ବିବାହ କରିବା ନେଇ କହିଥିଲେ। ତାଙ୍କର ଶୁଭ୍ରାଙ୍କ ସହ ବଡିଂ କିଭଳି ଓ ଶୁଭ୍ରା ବିବାହ ବିଷୟରେ କଣ ଚାହାଁନ୍ତି ତାହା ମଧ୍ୟ ସେୟାର କରିଥିଲେ।

ଅନୁରାଗ ତାଙ୍କ ପ୍ରେମ ସମ୍ପର୍କ ବିଷୟରେ କହିଥିଲେ, "ମୁଁ ତାଙ୍କ ସହିତ ରହିକି ବହୁତ ଖୁସି ଅଛି। ମୁଁ ତାଙ୍କ ସହିତ ରହିବାକୁ ଚାହେଁ। ତାଙ୍କ ପାଇଁ ଯାହା କରିବାକୁ ପଡିବ ତାହା କରିବି। ଜୀବନରେ ବହୁତ କିଛି ଅଛି। ଜଣେ ବୟସ୍କ ବ୍ୟକ୍ତିଙ୍କ ପାଇଁ ଅସୁରକ୍ଷା କ'ଣ? ଏହା କେବଳ ସୁସ୍ଥ ରହିବାର ଇଚ୍ଛା । ମୁଁ ଏହା ବିଷୟରେ ବହୁତ କିଛି ଭାବୁଛି। କିନ୍ତୁ ମୋର ମତ ହେଉଛି ଯେହେତୁ ଆମେ ପରସ୍ପରକୁ ପାଇଛୁ, ମୁଁ ଯାହା ଅଛି ସେଥିରେ ଖୁସି। ମୁଁ ତାଙ୍କୁ ହରାଇବାକୁ ଚାହୁଁନାହିଁ।"

ଅନୁରାଗ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଶୁଭ୍ରା ବିବାହରେ ବିଶ୍ୱାସ କରନ୍ତି ନାହିଁ; ବର୍ତ୍ତମାନ ପାଇଁ, ଦୁହେଁ କେବଳ ଏକ ସମ୍ପର୍କରେ ଅଛନ୍ତି। ଶୁଭ୍ରା ସେଟ୍ଟି ୨୦୧୫ରେ ଅନୁରାଗ କଶ୍ୟପଙ୍କ କମ୍ପାନୀ, ଫ୍ୟାଣ୍ଟମ୍ ଫିଲ୍ମସ୍ରେ ସହକାରୀ ନିର୍ଦ୍ଦେଶକ ଭାବରେ ଯୋଗ ଦେଇଥିଲେ ଏବଂ ଅନୁରାଗ ତାଙ୍କର ଫଟୋଗ୍ରାଫି କରିଥିଲେ। ସେ ୨୦୧୮ରେ ଆନୁଷ୍ଠାନିକ ଭାବରେ ସେମାନଙ୍କ ସମ୍ପର୍କକୁ ନିଶ୍ଚିତ କରିଥିଲେ।

ପୂର୍ବରୁ ୨ଥର ଅନୁରାଗ ବିବାହ କରିଛନ୍ତି

ଅନୁରାଗ କଶ୍ୟପ ୯୦ ଦଶକରେ ଡେବ୍ୟୁ କରିଥିଲେ ଏବଂ ୧୯୯୭ରେ ଆରତୀ ବଜାଜଙ୍କୁ ବିବାହ କରିଥିଲେ। ୨୦୦୯ରେ ଏହି ଦମ୍ପତିଙ୍କର ଛାଡପତ୍ର ହୋଇଥିଲା। ସେମାନଙ୍କର ଆଲିଆ କାଶ୍ୟପ ନାମକ ଏକ ଝିଅ ଅଛି। ପରବର୍ତ୍ତୀ ସମୟରେ, ୨୦୧୧ରେ, ସେ ତାଙ୍କ ଚଳଚ୍ଚିତ୍ର ଦେବ.ଡି ର ଅଭିନେତ୍ରୀ କଳକି କୋଚଲିନଙ୍କୁ ବିବାହ କରିଥିଲେ। ସେହି ବିବାହ ମଧ୍ୟ ଚାରି ବର୍ଷ ଚାଲିଥିଲା ଏବଂ ୨୦୧୫ରେ ଏହି ଦମ୍ପତିଙ୍କ ଛାଡପତ୍ର ହୋଇଥିଲା।