ମୁମ୍ଵାଇ ୦୬।୦୭; ବିଟାଉନ୍‌ରେ କପୁର ସିଷ୍ଟରଙ୍କ ଜଲୱା କିଛି ଅନନ୍ୟ । କାହିଁକି ନା ତାଙ୍କ ଫ୍ୟାଶନ ସମସ୍ତଙ୍କୁ ଆକ୍ଟ୍ରାକ୍ଟ କରିଥାଏ । ଏବେ ବୋନି କପୁରଙ୍କ ଲାଡଲୀ ଅର୍ଥାତ୍ ବଡ ଝିଅ ଅଂଶୁଲା କପୁର କନିଆ ସାଜିବାକୁ ଯାଉଛନ୍ତି । ଯେଉଁଥି ପାଇଁ ତାଙ୍କ ଘରେ ସେଲିବ୍ରେସନର ମାହୋଲ ।

ଆଜି ଅଂଶୁଲା-ରୋହନ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଆଜି ମୁମ୍ବାଇର ଫାଇଭ ଷ୍ଟାର ହୋଟେଲକୁ ସଜାଯାଇଛି । ଯେଉଁଠାରେ ବିବାହ ଧୁମଧାମରେ ଅନୁଷ୍ଠିତ ହେବ। ହେଲେ ଗତକାଲି ବିବାହର ପ୍ରିୱେଡିଂ ଫଙ୍କସନରେ ସମଗ୍ର ପରିବାର ଆନନ୍ଦର ମାହୋଲରେ ବୁଡ଼ି ରହିଥିଲା।

ମେହେନ୍ଦି ସେରମନିରେ ଅଂଶୁଲାଙ୍କ ହାତରେ ମେହେନ୍ଦି ଲଗାଯାଇଥିଲା। ଏହା ପରେ ଚୂଡା-କଲିରେଉତ୍ସବ ହୋଇଥିଲା। ଯେଉଁଥିରେ ତାଙ୍କ ଭଉଣୀ ଜାହ୍ନବୀ ଅଂଶୁଲାଙ୍କ ହାତ ଉପରେ କଲିରେ ବାନ୍ଧିଥିଲେ।

ତାଙ୍କ ଭାଇ ଅର୍ଜୁନ ଏବଂ ଭଉଣୀ ଖୁସି ମଧ୍ୟ ଚୂଡା-କଲିରେ ରୀତିନୀତିରେ ଅଂଶଗ୍ରହଣ କରିଥିଲେ। ସେମାନଙ୍କୁ ଅଂଶୁଲାଙ୍କ ହାତ ଉପରେ କଲିରେ ବାନ୍ଧିଥିବା ଦେଖାଯାଇଥିଲା।

ତା’ପରେ ଅଂଶୁଲା ତାଙ୍କ ଭଉଣୀମାନଙ୍କ ଉପରେ ଏହି ରୀତିନୀତି କରିଥିଲେ, ଯାହା ଖୁସି କପୁରଙ୍କଠାରୁ ଆରମ୍ଭ ହୋଇଥିଲା। ଶନାୟା କପୁରଙ୍କ ଉପରେ କଲିରେ ଶାନାୟାଙ୍କ ଉପରେ ପଡ଼ିଲା।